ଜଗନ୍ନାଥଙ୍କ କାର୍ଟୁନ ଇମେଜ୍ ସେୟାର କଲା ଲୁଧିଆନା ଇସ୍କନ: ଫଟୋରେ ଶ୍ରୀବିଗ୍ରହଙ୍କୁ ବ୍ୟଙ୍ଗାତ୍ମକ ଭାବେ ପରିବେଷଣ କରାଯିବା ନେଇ ବିବାଦ

355

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ନୀତିକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଲା ବ୍ୟଙ୍ଗଚିତ୍ର । ଲୁଧିଆନାର ଇସ୍କନ ସଂସ୍ଥା ପକ୍ଷରୁ ମହାପ୍ରଭୁଙ୍କ ଅଣସର ନୀତିର ବ୍ୟଙ୍ଗ ଚିତ୍ର ପୋଷ୍ଟ କରାଯାଇଛି । ଗୋଟେ ପଟେ ମହାପ୍ରଭୁ ଥର୍ମୋମିଟର ପାଟିରେ ଦେଇଥିବାବ ଦର୍ଶାଯାଇଛି । ଅନ୍ୟ ଏକ ଫଟୋରେ ଶ୍ରୀବିଗ୍ରହ ଶୀତ ପୋଷାକ ପିନ୍ଧି ଶୋଇଥିବା ଦର୍ଶାଯାଇଛି । ଫଟୋରେ ଜଗନ୍ନାଥଙ୍କ ହାତ ଥିବା ଦର୍ଶା ଯାଇଛି । ଏହି ଫଟୋଗୁଡିକ ପୋଷ୍ଟ ହେବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ପୁରୀର ସେବାୟତ ତଥା ବୁଦ୍ଧିଜୀବୀମାନେ ଏହାକୁ ବିରୋଧ କରିବା ସହ ଲୁଧିଆନା ଇସ୍କନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ପୁରୀ ଜିଲ୍ଲାପାଳ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛନ୍ତି । ମହାପ୍ରଭୁଙ୍କ ବ୍ୟଙ୍ଗଚିତ୍ରକୁ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ସେପଟେ ମହାପ୍ରଭୁଙ୍କ ବ୍ୟଙ୍ଗଚିତ୍ର କରାଯିବା ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଭୁବନେଶ୍ୱର ଇସ୍କନ ସହ ସଭାପତି କହିଛନ୍ତି ।