ବୋରିଗୁମ୍ମାରେ କଂଗ୍ରେସର ମଦ ବନ୍ଦ ଆନ୍ଦୋଳନ । ବରିଷ୍ଠନେତା ସାମିଲ

29

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ କଂଗ୍ରେସର ଗଣଆନ୍ଦୋଳନ । ଇନ୍ଦିରାଗାନ୍ଧୀଙ୍କ ବଳିଦାନ ଦିବସରେ କୋରାପୁଟ ବୋରିଗୁମ୍ମାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଓ ଗଣ ଆନ୍ଦୋଳନ କରାଯାଉଛି । ନବୀନ ପଟ୍ଟନାୟକଙ୍କ ସରକାର ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରି ହେଉଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା । ଏଥିରେ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ,କୋରାପୁଟ ଓ କୋଟ୍ଟପାଡ ବିଧାୟକ ଓ ଅନ୍ୟ ବରିଷ୍ଠ ନେତା ଯୋଗଦେଇଛନ୍ତି । କୋରାପୁଟରେ ମଦ ବନ୍ଦ ପାଇଁ ବ ଦଳ ଦାବି କରିଛିା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଂଚିଛି ।