ପଶ୍ଚିମବଙ୍ଗରେ ନଗଦ ଟଙ୍କା ସହ କଂଗ୍ରେସ ବିଧାୟକ ଗିରଫ ଘଟଣା: ଝାଡଖଣ୍ଡରେ ସରକାର ଭାଙ୍ଗିବାକୁ ପ୍ରୟାସ ହୋଇଥିବା କହିଲା କଂଗ୍ରେସ

139

କନକ ବ୍ୟୁରୋ: ମହାରାଷ୍ଟ୍ର ପରେ ଅନ୍ୟ ଅଣ ବିଜେପି ଶାସିତ ରାଜ୍ୟରେ କ୍ଷମତା ଦଖଲ କରିବାକୁ ପ୍ରୟାସ କରୁଛି ବିଜେପି । ଏପରି ଏକ ଚର୍ତ୍ତା ହେଉଥିଲା । ଏହାପରେ ପରେ ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ମଧ୍ୟ ହୋଇଛି । ତେଣୁ ସରକାର ବଦଳିବା ଆଶଙ୍କା ବଢିଥିଲ।। ଏହାରି ଭିତରେ ନଗଦ ଟଙ୍କା ସହିତ କୋଲକାତାରୁ ଝାଡଖଣ୍ଡର ତିନି କଂଗ୍ରେସ ବିଧାୟକ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ଅଭିଯୁକ୍ତ ୧୦ ଦିନିଆ ସିଆଇଡି ହେପାଜତରେ ରହିଛନ୍ତି । ଯଦିଓ ତିନି ବିଧାୟକଙ୍କୁ କଂଗ୍ରେସ ନିଲମ୍ବନ କରିଛି । କିନ୍ତୁ କଂଗ୍ରେସ କହିଛି ଝାଡଖଣ୍ଡରେ ସରକାର ଭାଙ୍ଗିବାକୁ ବିଜେପି ପ୍ରୟାସ କରୁଛି । କଂଗ୍ରେସ ତିନିଜଣ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଏପରି ବୟାନ ଦେଇଛି ।

ସେହିପରି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ମଧ୍ୟ ସମାନ ଅଭିଯୋଗ କରିଛି । ଯାହାକୁ ଖଣ୍ଡନ କରିଛି ବିଜେପି । ଝାଡଖଣ୍ଡରେ ଶାସକ ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ସରକାରକୁ ଭାଙ୍ଗିବା ପାଇଁ ବିରୋଧୀ ବିଜେପି ତଥା କେନ୍ଦ୍ରର ଶାସକ ଦଳ ବିଧାୟକଙ୍କୁ ୧୦ କୋଟି ଟଙ୍କା ଏବଂ ମନ୍ତ୍ରୀ ପଦ ପାଇଁ ପ୍ରଲୋଭନ ଦେଖାଇଛି । ଗିରଫ ହୋଇଥିବା ବିଧାୟକ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଦେଖା କରିବାକୁ ଯାଉଥିଲେ ବୋଲି କୁହାଯାଉଛି । ତେବେ ହିମନ୍ତ କହିଛନ୍ତି ସେ କଂଗ୍ରେସରେ ଥିଲେ । ତେଣୁ ଅନେକ ସାଙ୍ଗ ଆସିଲେ ସେ ଉଭୟ ଗୌହାଟି ଏବଂ ଦିଲ୍ଲୀରେ କଂଗ୍ରେସ ନେତାଙ୍କୁ ଭେଟନ୍ତି ବୋଲି କହିଛନ୍ତି ।