ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ସରକାରୀ ଅର୍ଥରେ ୨ ମହିଳାଙ୍କୁ ହାଇଦ୍ରାବାଦ ନେଇ ଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ ।

570

କନକ ବ୍ୟୁରୋ : ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ । ଅଭିଯୋଗ ଅନୁସାରେ ମନ୍ତ୍ରୀ ସରକାରୀ ଅର୍ଥରେ ରୋଡ ସୋ ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ୨ ଜଣ ମହିଳାଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ସରକାରୀ ଅର୍ଥରେ ୨ ମହିଳାଙ୍କ ବିମାନ ଯାତାୟାତ ଖର୍ଚ୍ଚ ଓ ତାରକା ହୋଟେଲରେ ରହିବା ବାବଦକୁ ସରକାରୀ ଅର୍ଥ ଖର୍ଚ୍ଚ କରିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାଁରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ଅଧକ୍ଷ ସତ୍ୟ ପ୍ରକାଶ ନାୟକ । ସେ କହିଛନ୍ତି ମନ୍ତ୍ରୀଙ୍କ ସହ ଆଉ ୨ ଜଣ ମହିଳା ମଧ୍ୟ ଇଣ୍ଡିଗୋ ବିମାନରେ ହାଇଦ୍ରାବାଦ ଯାଇଥିଲେ । ପ୍ରଶ୍ନ ଉଠୁଛି ସେ ମହିଳାଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ କଣ ? ସରକାରୀ କାର୍ୟ୍ୟରେ ଯାଇ କିଭଳି ବାହାର ଲୋକଙ୍କୁ ନେଇ ସରକାରୀ ଅର୍ଥ ଖର୍ଚ୍ଚକଲେ । ମନ୍ତ୍ରୀ ହାଇଦ୍ରାବାଦର ତାଜ କ୍ରିଷ୍ଣା ହୋଟେଲରେ ରହିଥିବା ବେଳେ ୨ ମହିଳା ଜଣଙ୍କ ମଧ୍ୟ ସେହି ହୋଟେଲରେ ରହିଥିଲେ । ତେବେ ଏହି ଘଟଣା ଉପରେ ମନ୍ତ୍ରୀଙ୍କ ଉତ୍ତର ଦାବି କରିଛି ରାଜ୍ୟ କଂଗ୍ରେସ ।