ରାଜ୍ୟରେ କମୁଛି ଚିନି ଚାହିଦା ! ଗୃହରେ ମନ୍ତ୍ରୀ କହିଲେ, ଚାହିଦା ମେଣ୍ଟାଇ ପାରୁନଥିବାରୁ ବାହାରୁ ଆସୁଛି ଚିନି ।

307

କନକ ବ୍ୟୁରୋ: ବିଧାନସଭାରେ ବଢ଼ିଲା ଚିନି ଚିନ୍ତା! କେନ୍ଦୁଝର ବିଧାୟକ ମୋହନ ମାଝୀ ଓ ସମବାୟ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ମଧ୍ୟରେ କଥା କଟାକଟି । ମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ପ୍ରଶ୍ନ ଚିନି ଉତ୍ପାଦନ ଶିଳ୍ପ ପ୍ରକୃତରେ କେଉଁ ବିଭାଗର, ଶିଳ୍ପ ନା ସମବାୟ? ଯଦି ଏହା ସମବାୟ ବିଭାଗର ପରିସରଭୁକ୍ତ ତେବେ କେବେ ଏହାକୁ ନେଇ ସ୍ୱତନ୍ତ୍ର ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି କି? ଏପରିକି ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଚିନି ଚାହିଦା ବଢ଼ିଛି ନା କମିଛି ଏଭଳି କିଛି ତାରକା ପ୍ରଶ୍ନ ପଚାରିଛନ୍ତି ବିଜେପି ବିଧାୟକ ମୋହନ ମାଝୀ ।

ସେପଟେ ମୋହନ ମାଝୀଙ୍କୁ ଉତ୍ତର ଦେଇ ମନ୍ତରୀ କହିଛନ୍ତି କି, ରାଜ୍ୟରେ ୮ଟି ବୃହତ ଚିନି ଶିଳ୍ପରୁ ଆସିକା ଓ ଢେଙ୍କାନାଳରେ ଥିବା ଚିନି କାରଖାନା କାର୍ଯ୍ୟକ୍ଷମ ରହିଛି । ବଲାଙ୍ଗୀର ବିଜୟାନନ୍ଦ ଚିନି କାରଖାନା ଉପରେ ଥିଵା ବକେୟା ଋଣ ପରିଶୋଧ ଲାଗି ନିଲାମୀ ପ୍ରକ୍ରିୟା ଜାରି ରହିଛି । ସେହିପରି ୨୦୧୪-୧୫ରୁ ଆଖୁପେଡା ଵନ୍ଦ ରହିଛି । ବରଗଡରେ ଆଖୁ, କଞ୍ଚାମାଲ ଓ ଯନ୍ତ୍ରପାତି ଅଭାବରୁ ୨୦୧୭-୧୮ରୁ ଆଖୁପେଡା ଵନ୍ଦ ରହିଛି।

ସେହିପରି ବଡମ୍ବା ଓ ନୟାଗଡ଼ ରେ ଥିଵା କାରଖାନା କୁ ୨ଟି ଘରୋଈ ସଂସ୍ଥାକୁ ଦେଇ ତ୍ଵରାନ୍ଵିତ କରିବାକୁ ୨୦୦୫ରୁ ଉଦ୍ୟମ ହୋଇଥିଲା। ହେଲେ ୨୦୧୩-୧୪ରୁ ଆଖୁପେଡା ଏଠି ବି ବନ୍ଦ। କେଵଳ ଆସିକା ଓ ଢେଙ୍କାନାଳ ର ଶକ୍ତି ସୁଗାର ମିଲରେ ଉତ୍ପାଦନ କାର୍ୟ୍ୟକ୍ଷମ ରହିଛି। ରାଜ୍ୟରେ ବାର୍ଷିକ ୨.୧୧ ଲକ୍ଷ ମେଟ୍ରିକ ଟନ୍ ଚିନିର ଆବଶ୍ୟକତା ରହିଛି। ହେଲେ ଚାହିଦା ମେଣ୍ଟାଇ ପାରୁନଥିବାରୁ ବାହାରୁ ଚିନି ଆମଦାନୀ ହେଉଛି। ଚିନିର ଉତ୍ପାଦନ ଦର , ବିକ୍ରି ଦରଠୁ କମିଛି। ଫଳରେ ଏହି ଶିଳ୍ପ ଏକ କ୍ଷତିଜନକ ଶିଳ୍ପ ବୋଲି ଗୃହରେ କହିଛନ୍ତି ମନ୍ତ୍ରୀ ।