ମଲ୍ଲିକାର୍ଜୁନ ଖଡଗେଙ୍କୁ ଚାଲେଞ୍ଜ ଦେଲେ ଶଶି ଥରୁର। କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଖୋଲାତର୍କ ପାଇଁ ଆହ୍ୱାନ।

83

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ନାମାଙ୍କନ ଭରିଛନ୍ତି । ତାଙ୍କ ମୁକାବିଲା କେରଳର ଲୋକସଭା ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁରଙ୍କ ସହ ହେବ । ତେବେ ଏହା ପୂର୍ବରୁ ରାଜନୈତିକ ମାହୋଲକୁ ଗରମ କରିଛନ୍ତି ଶଶି । ସେ କହିଛନ୍ତି, ସାର୍ବଜନୀନ ସ୍ଥାନରେ ଡିବେଟ ପାଇଁ ଆହ୍ୱାନ ଦେଇଛନ୍ତି । ଏହା ପଛରେ ସେ ତର୍କ ରଖିଛନ୍ତି ଯେ ଏହା କରିବା ଦ୍ୱାରା ଦଳରେ ଲୋକଙ୍କ ମଧ୍ୟରେ ଦଳ ପ୍ରତି ଅଧିକ ବିଶ୍ୱାସ ଆସିପାରିବ । ନିକଟରେ ଯେଉଁଭଳି ବ୍ରିଟେନରେ କଞ୍ଜରଭେଟିଭ ପାର୍ଟିରେ ନେତୃତ୍ୱ ପାଇଁ ନିର୍ବାଚନ ହୋଇଥିଲା ସେହିଭଳି ହେବା ଦରକାର ।

କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ଏକ ସାକ୍ଷାତକାରରେ କହିଛନ୍ତି, ଏଥିରେ ସେ ଗାନ୍ଧୀ ପରିବାର ଠାରୁ ନେଇ କଂଗ୍ରେସ ସଂଗଠନ ବାବଦରେ ଅନେକ ପ୍ରତିକ୍ରିୟା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ବର୍ତ୍ତମାନର ସ୍ଥିତିର ଜବାବ ପ୍ରଭାବୀ ନେତୃତ୍ୱ ଏବଂ ସଂଗଠନାତ୍ମକ ସୁଧାରରେ ଆସିବ । ଶଶି ଥରୁର କହିଛନ୍ତି, ସଂଗଠନକୁ ଉଚ୍ଚସ୍ତରର ନେତୃତ୍ୱ କରିବାରେ ମୋର ଟ୍ରାକ ରେକର୍ଡ ରହିଛି । ସଂଯୁକ୍ତ ରାଷ୍ଟ୍ର ଜନ ସୂଚନା ବିଭାଗର ପ୍ରଭାରୀ ମହାସଚିବ ଭାବେ ମୁଁ ସାରା ବିଶ୍ୱର ୭୭ କାର୍ଯ୍ୟାଳୟରେ ୮ ଶହରୁ ଅଧିକ କର୍ମୀଙ୍କୁ ସମ୍ଭାଳିଛି । ଏହାକୁ ଦେଖି ମୋତେ ଲୋକେ ଅନୁରୋଧ କରିଥିଲେ ଯେ ମୁଁ ମିଳିତ ଜାତିସଂଘର ନେତୃତ୍ୱ ନିଏ । ଏଥିପାଇଁ ନିର୍ବାଚନ ଲଢିବାକୁ ଅନୁରୋଧ କରିଥିଲେ ।