ଦିଲ୍ଲୀରେ ରାଜ୍ୟ କଂଗ୍ରେସର ମାନସ ମନ୍ଥନ ! ରାହୁଲଙ୍କୁ ଭେଟିଲେ ନିରଂଜନ, ପ୍ରଦୀପ ଓ ଭକ୍ତ ଦାସ

21

କନକ ବ୍ୟୁରୋ : ଦିଲ୍ଲୀରେ ରାଜ୍ୟ କଂଗ୍ରେସର ମାନସ ମନ୍ଥନ । ପିସିସି ମୁଖିଆ ପରିବର୍ତନ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଲେ ୩ବରିଷ୍ଠ କଂଗ୍ରେସ ନେତା । ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ନିରଂଜନ ପଟ୍ଟନାୟକ, ପ୍ରଦୀପ ମାଝୀ ଓ ଭକ୍ତ ଦାସ । ପାଖାପାଖି ଦେଢ ଘଂଟା ଧରି ରାହୁଲଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ନେତା ।

ଆସନ୍ତା ୬ତାରିଖରେ ଦିଲ୍ଲୀରେ ବଡ ଧରଣର ବୈଠକ ବସିବ । ଏଥିରେ କଂଗ୍ରେସର ୨୦ଜଣ ନେତା ସାମିଲ ହେବେ । ଏହି ବୈଠକରେ ବିଧାୟକ ଓ ନେତାଙ୍କ ସହ ରାହୁଲ ଗାନ୍ଧି ଆଲୋଚନା କରିବେ । ଏହାପରେ ପିସିସି ମୁଖିଆ ବଦଳିବା ନେଇ ନିଷ୍ପତି ଆସିପାରେ ।