ମଦ୍ୟପାନକୁ ନେଇ ଲାନସେଟ ମେଡିକାଲ ଜର୍ଣ୍ଣାଲର ବଡ଼ ତଥ୍ୟ : ୧୫ରୁ ୩୯ ବର୍ଷ ଲୋକଙ୍କ ପାଇଁ ମଦ୍ୟପାନ କ୍ଷତିକାରକ

1,270

କନକ ବ୍ୟୁରୋ : ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ ହାନିକରକ ବୋଲି କୁହାଯାଏ । କିନ୍ତୁ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଲାନସେଟର ଏହି ରିପୋର୍ଟ ଅନୁସାରେ ୧୫ରୁ ୩୯ ବର୍ଷ ଲୋକଙ୍କ ପାଇଁ ମଦ୍ୟପାନ କ୍ଷତିକାରକ ବୋଲି କୁହାଯାଇଛି । ୨୦୪ ଦେଶରେ ସର୍ଭେ କରାଯିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି, ୨୦୨୦ରେ ମଦ୍ୟପାନ କରିଥିବା ୫୯.୧ ପ୍ରତିଶତ ହେଉଛନ୍ତି ଏହି ବର୍ଗର ।

ଏଥିରୁ ୭୬. ୭ ପ୍ରତିଶତ ହେଉଛନ୍ତି ପୁରୁଷ । ଅଧିକ ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରେ ୧୫ରୁ ୩୦ ବର୍ଷ ବର୍ଗଙ୍କ ସଂଖ୍ୟା ଅଧିକ । ଆଉ ଏଥିଯୋଗୁଁ ସଡକ ଦୁର୍ଘଟଣା ଓ ଆତ୍ମହତ୍ୟା ସଂଖ୍ୟା ବଢୁଛି । ବିଶେଷଜ୍ଞଙ୍କ ପରାମର୍ଶ ହେଲା, ଯୁବ ବର୍ଗ ଆଦୌ ମଦ୍ୟପାନ କରିବା ଉଚିତ ନୁହେଁ । ତେଣୁ ଯୁବବର୍ଗ ମଦ ପିଇବା ଉଚିତ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି । କିନ୍ତୁ ମଧ୍ୟମ ବୟସ୍କ ଲୋକେ ଅଳ୍ପ ମଦ ପିଇଲେ ଏହା ସ୍ୱାସ୍ଥ୍ୟପକ୍ଷେ ହିତକାରକ ବୋଲି କୁହାଯାଇଛି ।