ନୂଆ ରୂପରେ କଙ୍ଗନା ରାଣାୱତ । ଜଣେ ଶକ୍ତିଶାଳୀ ମହିଳାଙ୍କ ବେଶରେ ଆସିଲେ ନଜର ।

186

କନକ ବ୍ୟୁରୋ: ଝାନ୍ସି ରାଣୀ ଲକ୍ଷ୍ମବାଈ, ଜୟଲଲିଥାଙ୍କ ବାୟୋପିକ ପରେ ଏବେ ଭାରତର ଆଇରନ୍ ଲେଡି କୁହାଯାଉଥିବା ମହିଳା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଗର ଆସିଛନ୍ତିି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ।

ରିଲିଜ୍ ହୋଇଥିବା ଆଗାମୀ ଫିଲ୍ମ ‘ଏମର୍ଜେନ୍ସି’ର ଟିଜରରେ ଏପରି କିଛି ଦମଦାର ଡାଇଲଗ୍ ସହ ନଜରକୁ ଆସିଛନ୍ତିି କଙ୍ଗନା । ଟିଜରଟି ଏକ ଫୋନକଲରୁ ଆରମ୍ଭ ହୋଇଛି । କଙ୍ଗନାଙ୍କ ଲୁକ୍, ଭଏସ୍, ଓ ଏକ୍ସପ୍ରେସନକୁ  ଇନ୍ଦିରାଙ୍କ ପରି ଅବିକଳ କରିବାକୁ ଉଦ୍ୟମ କରାଯାଇଛି । ଟିଜରକୁ କଙ୍ଗନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ପ୍ରାୟ ବର୍ଷେ ହେଲା ସେ ସିନେମା ‘ଏମର୍ଜେନ୍ସି’ ଉପରେ କାମ କରୁଛନ୍ତି ।

 ରୀତେଶ ଶାହା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କଙ୍ଗନା ନିଜେ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ।  ଏହା ପୂର୍ବରୁ ସେ ‘ମଣିକର୍ଣ୍ଣିକା’ରେ ପ୍ରଥମ ନିର୍ଦ୍ଦେଶନା ଦେଇଥିଲେ । ‘ଏମର୍ଜେନ୍ସି’ ହେଉଛି ତାଙ୍କର ଦ୍ୱିତୀୟ ନିର୍ଦ୍ଦେଶିତ ସିନେମା ।