କୋଇଲା ରୟାଲଟି ବୃଦ୍ଧି ନେଇ ଓଡ଼ିଶାର ଦାବିକୁ ରୋକଠୋକ ମନାକଲା କେନ୍ଦ୍ର : ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ଉତରରେ ବିଭାଗୀୟ ମନ୍ତ୍ରୀ କହିଲେ, ୨୦୧୪ରେ ଗଠିତ ଅନୁଧ୍ୟାନକାରୀ କମିଟିର ସୁପାରିଶକୁ ଗ୍ରହଣ କରିଛନ୍ତି ସରକାର

74

କନକ ବ୍ୟୁରୋ : କୋଇଲା ରୟାଲଟି ବୃଦ୍ଧି ନେଇ ଓଡିଶାର ପ୍ରସ୍ତାବକୁ ରୋକଠୋକ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ଏ ସଂପର୍କିତ ସମସ୍ତ ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଗତକାଲି ରାଜ୍ୟସଭାରେ କୋଇଲା ରୟାଲଟି ବୃଦ୍ଧି ନେଇ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ।

ବିପୁଳ ପରିମାଣର କୋଇଲା ଯୋଗାଇ ଦେଉଥିବା ଓଡିଶା ଭଳି ରାଜ୍ୟ ପାଇଁ ରୟାଲଟି ବୃଦ୍ଧି କରାଯିବାର କୌଣସି ଯୋଜନା ରହିଛି କି ବୋଲି ପ୍ରଶ୍ନ କରିଥିବାବେଳେ ଏହାର ଉତର ରଖିଛନ୍ତି କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ମନ୍ତ୍ରୀଙ୍କ ଉତର ଏଭଳି ସଂକେତ ଦେଇଛି ଯାହା ଓଡିଶା ସମେତ କୋଇଲା ଯୋଗାଇ ଦେଉଥିବା ରାଜ୍ୟଗୁଡିକ ପାଇଁ ଉଦ୍ଦିଷ୍ଟ ।