ନୂଆ ବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ

27

କନକ ବ୍ୟୁରୋ : ନୂଆବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଚିଂ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଜଗମୋହନ ସ୍ଥିତି ଅନୁଧ୍ୟାନ କରିଛନ୍ତି ନବୀନ । ଏହା ପରେ ପୁରୀ ସ୍ୱର୍ଗଦ୍ୱାର ଯାଇ ସେଠାରେ ବିଜୁ ସମାଧୀ ପୀଠରେ ଶ୍ରଦ୍ଧାଂଜଳୀ ଦେଇଛନ୍ତି ।

କଡ଼ା ସୁରକ୍ଷା ବଳୟ ମଧ୍ରରେ ମୁଖ୍ରମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିନ ସାଢ଼େ ୧୧ଟା ବେଳେ ପୁରୀ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ବିଜେଡ଼ି ନେତାମାନେ ସ୍ୱାଗତ କରି ମନ୍ଦିର ଭିତରକୁ ନେଇ ଯାଇଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମଧ୍ୟ ପୁରୀ ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଦେବା ପାଇଁ ଆଜି ସକାଳୁ ନବୀନ ନିବାସରେ କର୍ମୀଙ୍କ ଭିଡ ଜମିଥିଲା । ବିଜେଡି ନେତା,ମନ୍ତ୍ରୀ ସାଂସଦଙ୍କ ମଧ୍ୟ ଭିଡ ଜମଥିଲାି । ଫୁଲ ତୋଡା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଦେବାକୁ ସବୁ ଜିଲ୍ଲାର କୋଣ ଅନୁକୋଣୁ କର୍ମୀମାନେ ଧାଇଁଆସିଥିଲେ ।