କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଶତାବ୍ଦୀ ଏକ୍ସପ୍ରେସକୁ ୩ଟି ପ୍ରମୂଖ ସହରଦେଇ ଚଳାଚଳ ପାଇଁ ଜଣାଇଲେ ଦାବି ।

ଶତାବ୍ଦୀ ଏକ୍ସପ୍ରେସକୁ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ଦେଇ ଚଳାଇବାକୁ ଚିଠି ଦ୍ୱାରା ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

143

କନକ ବ୍ୟୁରୋ: କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରନୀ ନବୀନ ପଟ୍ଟନାୟକଙ୍କ ଚିଠି ।  ଶତାବ୍ଦୀ ଏକ୍ସପ୍ରେସକୁ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ଦେଇ ଚଳାଇବାକୁ ଚିଠି ଦ୍ୱାରା ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ, ଝାରସୁଗୁଡ଼ା ଓ ରାଉରକେଲାକୁ ସକାଳେ କୌଣସି ଟ୍ରେନ୍ ନାହିଁ  । ଯେଉଁଥିପାଇଁ ସ୍ଥାନୀୟବାସିନ୍ଦା ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ ଏହି ରେଳ ସେବା ଆରମ୍ଭ ହେଲେ ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ସହାୟକ ହେବ । ସେହିଭଳି ରାଜଧାନୀ, ହମସଫର, ତେଜାସ୍ ଏବଂ ଉଦୟ ଏକ୍ସପ୍ରେସ୍ ଭଳି ରେଳସେବାକୁ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯୋଗାଇବା ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ  ପଟ୍ଟନାୟକ ।

ପୂର୍ବରୁ ମଧ୍ୟ ରେଳସେବା ନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ବାରମ୍ବାର ଚିଠି ଲେଖି ଅବଗତ କରାଇଛନ୍ତି ନବୀନ ପଟ୍ଟନାୟକ । ତେବେ ତୁରନ୍ତ ଏହି ଦିଗରେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ପର୍ଯ୍ୟାପ୍ତ ରେଳ ସୁବିଧା ଯୋଗାଇବାକୁ ଚିଠି ଦ୍ୱାରା ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।