ଦିଲ୍ଲୀ: ଆଜି ପ୍ରବାସୀ ଓଡିଆ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନରେ ହେବେ ସାମିଲ

32

କନକ ବ୍ୟୁରୋ : ଦିନ ୨ ଟାରୁ ୩ ଟା ଯାଏଁ ଏକ ଘଂଟା କାଳ ରାଷ୍ଟ୍ରପତି ଭବନରେ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସେ ପ୍ରବାସୀ ଓଡିଶା ସମ୍ମିଳନୀରେ ଯୋଗ ଦେବାକୁ ଯିବେ । ତେବେ ନବୀନଙ୍କୁ ରାଷ୍ଟ୍ରପତି ଭବନ ଡକରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଡକରା ନେଇ ନବୀନ କହିଛନ୍ତି, ସେ ରାଷ୍ଟ୍ରପତିଙ୍କ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି, ଉଦ୍ଦେଶ୍ୟ ସମ୍ପର୍କରେ କିଛି ଜାଣିନାହିଁ ।

ତେବେ ଆସନ୍ତା ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ପ୍ରଣବ ମୁଖାର୍ଜୀ ନବୀନଙ୍କୁ ନିମନ୍ତ୍ରଣ କରିଥିବା ଚର୍ଚ୍ଚା ହେଉଛି । ଦ୍ୱିତୀୟଥର ପାଇଁ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେବାକୁ ଇଚ୍ଛୁକ ଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ଏବଂ ନିର୍ବାଚନରେ ଏଆଇଏଡିଏମକେ, ବିଜେଡି, ଟିଏମ୍ସି ଗୁରୁତ୍ୱପୂଣ୍ଣð ଭୂମିକା ନେବେ । ଫଳରେ ମଧ୍ୟାହ୍ନ ଭୋଜନ ଆଳରେ ପ୍ରଣବ-ନବୀନ ଆଲୋଚନା କରିବା ଶୁଣାଯାଉଛି ।

ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ଗ୍ରାମାଂଚଳରେ କିଭଳି ଆବଶ୍ୟକ ବିଦ୍ୟୁତ୍ ସେବା ପହଁଚିପାରିବ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ ।