ଭଦ୍ରକ ଦଙ୍ଗା ନେଇ କେନ୍ଦ୍ର ସହାୟତା ଲୋଡିଲେ ରାଜ୍ୟ ସରକାର

31

କନକ ବ୍ୟୁରୋ : ଭଦ୍ରକ ଦଙ୍ଗା ନେଇ କେନ୍ଦ୍ର ସହାୟତା ଲୋଡିଲେ ରାଜ୍ୟ ସରକାର । କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କୁ ସହାୟତା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଭଦ୍ରକରେ ଏବେ ବି ଉତେଜନା ପରିସ୍ଥିତି ଅଛି ଏବଂ ଏହାକୁ ମୁକାବିଲା ପାଇଁ ରାପିଡ ଆକ୍ସନ ଫୋର୍ସର ଆବଶ୍ୟକତା ଥିବା ସେ ଚିଠିରେ ଲେଖିଛନ୍ତି ।

ରାଜ୍ୟ ପୋଲିସକୁ ସହାୟତା ପାଇଁ ୪ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ତୁରନ୍ତ ପଠାଇବାକୁ କେନ୍ଦ୍ରକୁ ସେ ଅନୁରୋଧ କରିଛନ୍ତି । ସେପଟେ ଦୁଇ ପ୍ଲାଟୁନ ଫୋର୍ସ ପଠାଯାଇଥିବା ବେଳେ ଅନ୍ୟ ୨ ପ୍ଲାଟୁନ ଫୋର୍ସ ପଠାଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର କହିଛନ୍ତି । ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଦେବା ନେଇ ସେ ଆଶ୍ୱାସନା ଦେଇଛନ୍ତି ।