ଥାନା ଭିତରେ ବୋହୂର ବିଦ୍ରୋହ ! ପ୍ରେମ ବ୍ୟାପାରକୁ ନେଇ ରଣକ୍ଷେତ୍ର ପାଲଟିଲା କଟକ ମଧୁପାଟଣା ଥାନା ପରିସର

16

କନକ ବ୍ୟୁରୋ : ୫ ବର୍ଷର ପ୍ରତାରଣା ସହିବା ପରେ ବିଦ୍ରୋହ କଲା ବୋହୁ । ବିବାହ କରି ଘରକୁ ବୋହୁ କରିନେବା ଦାବିରେ ଧାରଣା ଦେଲା ପ୍ରେମିକା । କଟକ ମଧୁପାଟଣା ଥାନା ପରିସରରେ ଆଜି ଘଟଣା ଦେଖିବାକୁ ମିଳିଛି ।

ଧୋକା ଦେଲା ପ୍ରେମିକ । ବାହା ହେବ କହି ଶାରୀରିକ ସମ୍ପର୍କ ରଖିଲା ଆଉ ପରେ ହାତ ଛାଡି ଏକା କରିଦେଲା । ପ୍ରେମରେ ପ୍ରତାରିତ ପ୍ରେମିକା, ପ୍ରେମିକ ଘର ଆଗରେ ଦେଇଛନ୍ତି ଧାରଣା । ଆଉ ବର୍ଷ ବର୍ଷ ଧରି ନ୍ୟାୟ ମାଗିବା ପରେ ଶେଷରେ ବିଦ୍ରୋହୀ ବନିଯାଇଛି ବୋହୁ । ପୋଲିସ ଉପସ୍ଥିତିରେ ହାତାହାତି, ଧସ୍ତାଧସ୍ତି । କଟକ ମଧୁପାଟଣା ଥାନା ପରିସରରେ ଦେଖିବାକୁ ମିଳିଛି ଜଣେ ବୋହୁର ବିଦ୍ରୋହ ।

ସସ୍ମିତାଙ୍କ ଅଭିଯୋଗ ଅନୁସାରେ ୫ ବର୍ଷ ତଳେ ନିର୍ମଳ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ । ହେଲେ ପରେ ସେହି ବିବାହକୁ ସାମାଜିକ ସ୍ୱୀକୃତି ଦେଇନଥିଲେ । ଏପରିକି ସସ୍ମିତାଙ୍କ ଗର୍ଭପାତ ବି କରାଇଥିଲେ । ତେବେ ଏନେଇ ମାମଲା ଚାଲିଥିବା ବେଳେ ଏବେ ଦ୍ୱିତୀୟ ବିବାହ କରିଛନ୍ତି ନିର୍ମଳ । ଗୋଟିଏ ପଟେ ପ୍ରେମରେ ପ୍ରତାରଣା ଅଭିଯୋଗ ଅନ୍ୟପଟେ ସସ୍ମିତାଙ୍କ ବିରୋଧରେ ନିର୍ମଳ ଆଣିଛନ୍ତି ବ୍ଲାକମେଲିଂ ଅଭିଯୋଗ । ଯାହା ପୁରା ବିବାଦକୁ ଆହୁରି ଜଟିଳ କରିଦେଇଛି ।