ଆମ ଟଙ୍କା ଫେରାଇ ଦିଅ

26

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁରରେ ଏକାଠି ହୋଇଛନ୍ତି କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର କ୍ଷତିଗ୍ରସ୍ତ ସମାବେଶରେ ସାମିଲ ହୋଇଛନ୍ତି । ସ୍ଥାନୀୟ ନାରୀ ସେବା ସଦନରେ ଆୟୋଜିତ ହୋଇଥିବା ଏହି ସମାବେଶରେ ପ୍ରତି ତହସିଲ ସ୍ତରରେ ଚିଟଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ଚିହ୍ନଟ ସହ ସେମାନଙ୍କୁ ଜମା ରାଶି ଫେରସ୍ତ ପାଇଁ ଦାବି ହୋଇଛି । ଏନେଇ ଚିଟଫଣ୍ଡ କମିଶନ୍ ଓ ରାଜ୍ୟ ସରକାରଙ୍କ ଉପରେ କିଭଳି ଚାପ ପକାଯିବ ସେନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଉଛି । ଏଥିରେ ଯୋଗ ଦେଇଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସଂଘର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ସଂଘର ଆବାହକ ରବି ଦାସ ।