ଦେବାଳିଆ ଓ ଅପାରଗ ନବୀନ ସରକାର : ଧର୍ମେନ୍ଦ୍ର

16

ଦିଲ୍ଲୀ ବ୍ୟୁରୋ କନକ ନ୍ୟୁଜ୍: ପ୍ରେସମିଟରେ ନବୀନସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟସରକାର ଅପାରଗ ଓ ଦେବାଳିଆ ବୋଲି କହିଛନ୍ତି । ପରାମର୍ଶଦାତା ଯାହା ଦେଉଛନ୍ତି ନବୀନ ତାହା ପଢି ଶୁଣାଉଛନ୍ତି । ଆଜି ପର୍ଯ୍ୟନ୍ତ ୪୧ ପ୍ରତିଶତ ବିପିଏଲ ପରିବାରକୁ ବିଦ୍ୟୁତ ସଂଯୋଗ ହୋଇପାରିନି । କେନ୍ଦ୍ରୀୟ ଯୋଜନା ହଡପ କରୁଛନ୍ତି ରାଜ୍ୟ ସରକାର । କେନ୍ଦ୍ରୀୟ ଯୋଜନାର ୫୦ ପ୍ରତିଶତ ବି ଖର୍ଚ୍ଚ ହୋଇପାରୁନି । ୫ ମାସରେ ୧୦ ଲକ୍ଷ ଇନ୍ଦିରା ଆବାସର ନିର୍ମାଣ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ନୈତିକତା ଥିଲେ ରାଜ୍ୟ ସରକାର ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଖାଦ୍ୟ ସରକାର ଆଇନର ସଠିକ୍ ଚୟନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ମନ୍ତ୍ରୀ ।