ଚାଇନାର ‘ଚିକେନ ପ୍ୟାରେଣ୍ଟିଙ୍ଗ’ ନିଶା: ଶିଶୁଙ୍କୁ ଦିଆଯାଉଛି କୁକୁଡା ରକ୍ତ

242

କନକ ବ୍ୟୁରୋ: ନିଜକୁ ଶକ୍ତିଶାଳୀ ଓ ବିଚକ୍ଷଣ କରିବାକୁ ଚାଇନାରେ ଲୋକେ ବିଚିତ୍ର କାଣ୍ଡ କରୁଥିବା ଅନେକ ନଜିର ରହିଛି । ଏବେ ଚୀନର ଆଉ ଏକ କାରନାମା ଯାହା ଆପଣଙ୍କୁ ଚମକାଇ ଦେବ । ସୁପରକିଡ୍ ବନାଇବାକୁ ଏଠିକାର ଶିଶୁଙ୍କୁ ଦିଆଯାଉଛି କୁକୁଡା ରକ୍ତର ଇଂଜେକ୍ସନ୍ ।

ଚୀନ, ଏମିତି ଏକ ଦେଶ ଯିଏ କିଛି ଭିନ୍ନ କରି ଦେଖାଇବା ନିଶାରେ ଅଜବଅଜବ ଘଟଣା ଘଟାଉଥିବା ସମସ୍ତେ ଜାଣିଥିବେ । ଦୁନିଆଁକୁ ଟକ୍କର ଦେବାକୁ ଚୀନ ସବୁବେଳେ ଏମିତି କିଛି କରେ ଯାହା ଅତି ବିଚିତ୍ର ।ଏଠିକାର ଖାଇବା ପିଇବା କଥା ତ ନକହିବା ଭଲ । ନିଜକୁ ଧୂର୍ତ୍ତ , ବିଚକ୍ଷଣ ଓ ଶକ୍ତିଶାଳୀ କରିବାକୁ ଏଠିକାର ଲୋକେ କେତେବେଳେ ପୋକ ଖାଇଲେଣି ତ ଆଉ କେତେବେଳେ ସାପକୁ ସୁପ କରି ପିଇଲେଣି । ଆଉ କେବେ ଘୁଷୁରି, କୁମ୍ଭୀରଙ୍କୁ ଗୋଟା ପୋଡି ରୋଷ୍ଟ କରି ଖାଆନ୍ତି । ଜିଅନ୍ତା ଅକ୍ଟୋପସକୁ ଖାଇବାର ଅନେକ ଦୃଶ୍ୟ ଆପଣ ସୋସିଆଲ ମିଡିଆରେ ଦେଖିଥିବେ । କୁକୁର, ବାଦୁଡି କେହି ବି ଏମାନଙ୍କ ମେନୁରୁ ବାଦ ପଡନ୍ତି ନାହିଁ । ଏବେ ନିକଟରେ ଆଉ ଏକ ଖବର ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି । ତାହା ହେଉଛି ଚାଇନାର ‘ଚିକେନ୍ ପ୍ୟାରେଣ୍ଟିଙ୍ଗ ‘ ।

ଚାଇନାରେ ପିଲାମାନଙ୍କୁ କୁକୁଡା ରକ୍ତର ଇଂଜେକ୍ସନ୍ ‘ ଦ କିୟୋର ଅଲ୍ ଥିରାପି ଫର୍ ଚାଇନିଜ୍ କିଡ୍ସ’ ଲଗାଇବାକୁ ଅଭିଭାବକଙ୍କ ଭିତରେ ଲାଗିଛି ପ୍ରତିଯୋଗିତା । ଆପଣଙ୍କୁ ଏହା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ସିଙ୍ଗାପୋର ପୋଷ୍ଟର ଏକ ରିପୋର୍ଟ ମୁତାବକ, କୁକୁଡା ରକ୍ତରେ ବହୁ ପରିମାଣରେ ଷ୍ଟେରଏଡ୍ ରହିଛି, ଯାହାଦ୍ୱାରା ପିଲାମାନେ ସୁପରକିଡ୍ କରାଯାଇପାରିବ । ଏଥିରେ ଥିବା ଷ୍ଟେରଏଡ୍ ପିଲାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ବିଶେଷ ସହାୟକ ହୋଇଥାଏ । ଆଉ ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ, ପିଲାମାନଙ୍କୁ କୁକୁଡା ରକ୍ତ ଇଂଜେକ୍ସନ ଦିଆଗଲେ ସେମାନଙ୍କର ଅନେକ ଶାରୀରିକ ସମସ୍ୟା ଦୂର ହେବା ସହ ସେମାନେ ଚୁସ୍ତି ଫୁର୍ତ୍ତି ହୋଇପାରନ୍ତି । ପିଲାମାନଙ୍କ ଠାରେ ଜୀବନସାରା ଚନ୍ଦାପଣ ସମସ୍ୟା ହେଖାଦିଏ ନାହିଁ । ତେବେ ଦେଖିବାକୁ ରହିଲା ଚାଇନାର ଏହି ନିଶା କେତେ ସଫଳ ହେଉଛି ।