କନକ ବ୍ୟୁରୋ: ଡ୍ରଗ୍ସ ପାର୍ଟିରେ ଚଢାଉ ପରେ ଏବେ ଏହାକୁ ନେଇ ଜୋରଦାର ଚାଲିଛି ଖୋଳତାଡ । ସେହିପରି ଆରୟନ ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ମନ୍ନତରେ ହୋଇପାରେ ଯାଂଚ । ଡ୍ରଗ୍ସ ଲିଙ୍କ ମାମଲାରେ ଅଧିକ ଖୋଳତାଡ ପାଇଁ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଶାହରୁଖ ଖାନଙ୍କ କୋଠା ମନ୍ନତରେ ସର୍ଚ୍ଚ ଅପରେସନ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଡ୍ରଗ୍ସ କାରବାର ନେଇ ଶାହରୁଖ ଖାନଙ୍କ ପୁଅ ଆରୟନକୁ ଗିରଫ କରିଛି ଏନସିବି ।

Advertisment

ନିୟମ ରହିଛି ଗିରଫ ହେବା ପରେ ଅଭିଯୁକ୍ତଙ୍କ ଘରେ ଯାଞ୍ଚ କରାଯାଇଥାଏ । ସେହିକ୍ରମରେ ଏବେ ପ୍ରଶ୍ନ ଉଠୁଛି କଣ ଏବେ ଶାହରୁଖ ଖାନଙ୍କ ମନ୍ନତରେ ଯାଞ୍ଚ କରିବ କି ଏନସିବି ।

ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଡ୍ରଗ୍ସ ସେବନ ମାମଲାରେ ପୁଣି ୮ଜଣଙ୍କୁ ହେପାଜତକୁ ନେଇଛି ଏନସିବି । ସେପଟେ ଶାହାରୁଖ ଖାନ୍ଙ୍କ ପୁଅ ଆରୟନ ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଥିଲେ ଆରୟନ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏନ୍ସିବିର ପଚରାଉଚରା ବେଳେ ସେ ସ୍ୱୀକାର କରିଥିବା ସୂଚନା ମିଳିଛି ।