ଯୋଡ଼ା ମୁଣ୍ଡ ପରେ ଜନ୍ମ ନେଲେ ଯୋଡା ଛାତି ଶିଶୁ । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର ।

363

କନକ ବ୍ୟୁରୋ : ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପରେ ଏବେ ଜନ୍ମନେଲେ ଯୋଡ଼ା ଛାତି ଶିଶୁ । ଢେଙ୍କାନାଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡ଼ା ଶିଶୁ କନ୍ୟା । ଶିଶୁ କନ୍ୟା ଦୁଇ ଜଣଙ୍କର ପେଟ ଏବଂ ଛାତି ଯୋଡ଼ି ହୋଇ ରହିଛି । ତେବେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ତାଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି ।

ଢେଙ୍କାନାଳରେ ଏହି ଯୋଡା ଶିଶୁ କନ୍ୟା ଜନ୍ମ ନେଇଥିବା ସୂଚନା ମିଳଛି । ରାଜ୍ୟରେ ଯୋଡ଼ା ମୁଣ୍ଡ ଥିବା ଜଗା ବଳିଆଙ୍କ ଅପରେସନ୍ ଚହଳ ପକାଇଥିବା ବେଳେ ଏବେ ଯୋଡ଼ା ଛାତି ଥିବା ଶିଶୁ କନ୍ୟା ଜନ୍ମ ନେଇଛନ୍ତି । ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ସଫଳ ଅପରେସନ୍ ଦିଲ୍ଲୀ ଏମସରେ ସଫଳ ହୋଇଥିବା ବେଳେ ସେମାନେ ଖୁବଶୀଘ୍ର ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି ।