ବ୍ୟାଙ୍କ ଓ ଏଟିଏମ ଆଗରେ ଲୋକଙ୍କ ଲମ୍ବା ଲାଇନ୍ : ଦେଖନ୍ତୁ ଚାନ୍ଦବାଲି ଏସବିଆଇ ଶାଖାର ଏ ଦୃଶ୍ୟ

23

ଚାନ୍ଦବାଲି : ବଡ ନୋଟ ଅଚଳର ୧୦ ଦିନ ପରେ ବି ବ୍ୟାଙ୍କ ଓ ଏଟିଏମ ଆଗରେ ଲୋକଙ୍କ ଲମ୍ବା ଲାଇନ୍ । ସାଢେ ୪ ହଜାର ଟଙ୍କା ଉଠାଇବା ସହ ୨ ହଜାର ପୁରୁଣା ଟଙ୍କା ବଦଳ ପାଇଁ ୨ ହଜାର ଲୋକଙ୍କର ବିରାଟ ଧାଡି । ବ୍ୟାଙ୍କ ଭିତରକୁ ପଶିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ସାଧାରଣ ଲୋକ ।

ଚାନ୍ଦବାଲି ଏସବିଆଇ ଶାଖା ଆଗରେ ପୁରୁଣା ଟଙ୍କା ବଦଳ ଓ ଜମାରାଶି ଉଠେଇବା ପାଇଁ ୨ ହଜାରରୁ ଅଧିକ ଲୋକ ସକାଳୁ ଆସି ଧାଡି ବାନ୍ଧି ଠିଆ ହୋଇଛନ୍ତି । ହେଲେ ସମସ୍ତଙ୍କୁ ଟଙ୍କା ମିଳିବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ବ୍ୟାଙ୍କ ଭିତରେ ବି ପ୍ରବଳ ଭିଡ ଦେଖିବାକୁ ମିଳୁଛି ।

ଭଡକୁ ନିୟନ୍ତ୍ରଣ କରିବାକୁ ଯାଇ ବ୍ୟାଙ୍କ ଭିତରୁ ପଶିବା ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଠେଲି ବାହାର କରିଦେଉଛି ପୁଲିସ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପାଖାପାଖି ୨ ହଜାରରୁ ଅଧିକ ଲୋକଙ୍କ ଲମ୍ବା ଧାଡି ବାନ୍ଧି ଟଙ୍କା ପାଇଁ ଠିଆ ହୋଇଥିବା ବେଳେ ସମସ୍ତଙ୍କୁ ଆଜି ସଂଧ୍ୟା ସୁଦ୍ଧା ଟଙ୍କା ମିଳିବ ନା ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।

ଦେଖନ୍ତୁ ଏହି ଭିଡିଓ –