କନକ ବ୍ୟୁରୋ : ଆଦିବାସୀ ଲୋକଙ୍କ ପାଇଁ ଟଙ୍କା ଜମା ବେଳେ ପ୍ୟାନ କାର୍ଡ ବ୍ୟବସ୍ଥା ବାଧ୍ୟତାମୂଳକ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ନେଇ ଆଜି ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଏ ନେଇ ନବୀନଙ୍କୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ କେନ୍ଦ୍ର ସରକାର ଛାନଭିନ୍ କରିବେ ନାହିଁ ବୋଲି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏପରି ସ୍ଥଳେ ନବୀନଙ୍କ ଏହି ଚିଠି ଆଦିବାସୀଙ୍କ ବାହାନାରେ କେନ୍ଦୁଝର ଭଳି ଖଣି ଅଂଚଳରେ କଳାଧନକୁ ଧଳା କରିବା ପାଇଁ ପ୍ରୟାସ । କଳାଧନ ନେଇ ମୋଦି ଆରମ୍ଭ କରିଥିବା ଅପରେସନ୍ ବର୍ତମାନ କଷ୍ଟକର ଲାଗୁଥିଲେ ବି ଭବିଷ୍ୟତ ପାଇଁ ସୁଖକର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ମୋଦିଙ୍କୁ ଦେଇଥିବା ଚିଠିରେ ନବୀନ ଲେଖିଥିଲେ ଯେ ୫୦ ହଜାର ଟଙ୍କାରୁ ଅଧିକ ବ୍ୟାଙ୍କରେ ଜମା କଲେ ପ୍ୟାନକାର୍ଡ ବାଧ୍ୟତାମୂଳକ । କିନ୍ତୁ ଆଦିବାସୀମାନେ ସାଧାରଣତଃ ବ୍ୟାଙ୍କ ବ୍ୟବସ୍ଥା ସହ ପରିଚିତ ନୁହଁନ୍ତି । ଏକା ବେଳେ ଅଢେଇ ଲକ୍ଷ ଟଙ୍କା ଜମା କରିବାକୁ ସୁଯୋଗ ଦେଲେ ସେମାନଙ୍କୁ ବାରମ୍ବାର ବ୍ୟାଙ୍କ ଆସିବାକୁ ପଡିବ ନାହିଁ ତଥା ଧାଡିରୁ ଭିଡ କମିବ ।
ଦେଖନ୍ତୁ ଏହି ଭିଡିଓ :