ଦିଲ୍ଲୀରେ ପାଳିତ ହେଉଛି ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବ : ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡିଶାର ବହୁ ନେତା ସାମିଲ

40

କନକ ବ୍ୟୁରୋ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଜନ୍ମବାର୍ଷିକୀ ସମାରୋହ ଦିଲ୍ଲୀରେ ପାଳିତ ହେଉଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ହମିଦ ଅନସାରୀ । ଏହାସହ ସୁପ୍ରିମକୋର୍ଟର ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତିି । ରାଜ୍ୟର ବହୁ ସାଂସଦ, ମନ୍ତ୍ରୀ ଓ ବିଧାୟକ ଏହି ସମାରୋହରେ ସାମିଲ ହୋଇଛନ୍ତି ।

ସେହିପରି ଦିଲ୍ଲୀର ବିଭିନ୍ନ ସଂଗଠନ ଓ ପ୍ରବାସୀ ଓଡିଆ ମଧ୍ୟ ସାମିଲ ହୋଇଛନ୍ତି ଏହି କାର୍ଯ୍ୟକ୍ରମରେ । ଓଡିଶାରେ ବିଜୁ ଜନ୍ମଶତବାର୍ଷିକୀ ପାଳିତ ପରେ ଏବେ ଦିଲ୍ଲୀରେ ପାଳିତ ହେଉଛି । ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ସହ ବିଜୁ ପଟ୍ଟନାୟକ ଜୀବନୀକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ପୂର୍ବରୁ ଓଡିଶାରେ କୋଣ ଅନୁକୋଣରେ ବିଜୁ ଜନ୍ମଶତବାର୍ଷିକ ପାଳିତ ହୋଇଥିଲା ।

ଦେଖନ୍ତୁ ଏହି ଭିଡିଓ :