ଦୁର୍ଘଟଣାର ଭୟାବହତା ନେଇ ସ୍ଥାନୀୟ ଲୋକ କହିଲେ ଏଭଳି କଥା, ଜଳନ୍ତା ହେଲିକପ୍ଟରରୁ ଡେଇଁଥିଲେ ୩ ବ୍ୟକ୍ତି

1,420

କନକ ବ୍ୟୁରୋ : ତାମିଲନାଡୁ କୁନ୍ନୁର ଠାରେ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଓ ତାଙ୍କ ପରିବାର ଲୋକଙ୍କ ସହ ମୋଟ ୧୪ ଜଣ ଲୋକ ଥିଲେ । କୁହାଯାଉଛି କି ଘନ କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୧ ଜଣ ଲୋକ ପ୍ରାଣ ହରାଇଥିବା କୁହାଯାଉଛି ।

ଦୁର୍ଘଟଣା ସ୍ଥାନରେ ସ୍ଥାନୀୟ ପୋଲିସ ଅଧିକାରୀ ଓ ସେନା ଅଧିକାରୀମାନେ ପହଂଚିଛନ୍ତି । ଏହି କ୍ରମରେ ଜଣେ ପ୍ରତ୍ୟେକ୍ଷଦର୍ଶି ପୁରା ଘଟଣାକୁ ବର୍ଣ୍ଣନା କରି କହିଛନ୍ତି କି, ହେଲିକପ୍ଟରଟି ମାଟିରେ ପଡିବା ଆଗରୁ ୨-୩ ଜଣ ଯାତ୍ରୀ ହେଲିକପ୍ଟରୁ ତଳକୁ ଡେଇଁ ପଡିଥିଲେ । ଏହାପରେ ଜୋରରେ ଏକ ଶବ୍ଦ ହୋଇଥିଲା । ଏହାପରେ ବ୍ୟକ୍ତି ଜଣଙ୍କ ଘରୁ ବାହାରି ଦେଖିଥିଲେ କି ହେଲିକପ୍ଟରଟି ଗୋଟିଏ ଗଛ ଉପରେ ପଡି ଏକ ନଆଁ ଗୋଲା ଭଳି ଦେଖାଯାଉଛି । ଏହାପରେ ସ୍ଥାନୀୟ ଲୋକଜଣଙ୍କ ପାଖ ଲୋକଙ୍କୁ ଡାକି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେ କହିଛନ୍ତି କି ଉଦ୍ଧାର ହୋଇଥିବା ସମସ୍ତ ଲୋକଙ୍କ ଶରୀର ୮୦ ପ୍ରତିଶତ ପୋଡି ଯାଇଥିବା କହିଛନ୍ତି ।

ଅନ୍ୟପଟେ ହେଲିକପ୍ଟରରେ ଥିବା ସିଡିଏସ ବିପିନ ରାୱତଙ୍କ ବାବଦରେ କୌଣସି ସ୍ପଷ୍ଟ ଖବର ମିଳିପାରି ନାହିଁ । ଭାରତୀୟ ବାୟୁସେନାର ବୟାନ ମୁତାବକ ଏହି ଘଟଣାର କୋର୍ଟ ଅଫ୍ ଇନକ୍ୱାରୀ ହେବ ।