ଓଡିଶାରୁ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ନିକଟରେ ଦାବି: ପିୟୁଷ ଗୋୟଲଙ୍କୁ ଭେଟି ସ୍ମାରକପତ୍ର ଦେଲେ ବିଜେଡି ସାଂସଦ

119

କନକ ବ୍ୟୁରୋ: ଦିଲ୍ଲୀରେ କେନ୍ଦ୍ର ଖାଦ୍ୟମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ଏଫସିଆଇ ଓଡିଶାରୁ ଉଷୁନା ଚାଉଳ ସଂଗ୍ରହ କରିବା ଦାବିରେ ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି । ୨୦୨୧-୨୨ ଖରିପ ରୁତୁରେ ଓଡିଶାରୁ ଉଷୁନା ଚାଉଳ ଫୁଡକର୍ପୋରେସନ ଅଫ ଇଣ୍ଡିଆ ସଂଗ୍ରହ କରୁ ବୋଲି ଦାବି କରିଛନ୍ତି ।

୨୦୨୧-୨୨ ଖରିଫ ରୁତୁରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ଲକ୍ଷ୍ୟ ରଖିଛି । ସେଥିମଧ୍ୟରୁ ୨୪ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟ ନିଜ ବ୍ୟବହାର ପାଇଁ ରଖିବ । ବଳକା ୨୮ ଲକ୍ଷମେଟ୍ରିକ ଟନ ମଧ୍ୟରୁ ୨୪ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ଏବଂ ୪ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ମହଜୁଦ ରହିବ ।

ଯଦି ଏଫସିଆଇ ଓଡିଶାର ବଳକା ୨୪ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ସଂଗ୍ରହ ନକରେ ତେବେ ରାଜ୍ୟର ଚାଷୀ କ୍ଷତି ସହିବେ । ବିଜେଡି ସାଂସଦଙ୍କ ଦାବି ପରେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ଚାଉଳ ସଂଗ୍ରହ ପ୍ରସଙ୍ଗ ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।