ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ସରପଞ୍ଚଙ୍କୁ ରାସ୍ତାରେ ଜୋତାରେ ପିଟିଲେ ପରିବାର ଲୋକ; ଉଭୟ ପକ୍ଷରୁ ଥାନାରେ ମାମଲା

141

କନକ ବ୍ୟୁରୋ : ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ ପରେ ସମ୍ପୃକ୍ତ ଯୁବକଙ୍କ ପରିବାର ଲୋକେ ସରପଞ୍ଚଙ୍କୁ ରାସ୍ତାରେ ଜୋତାରେ ପିଟିଲେ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରୁ । ଗୋପାଳପୁର ପଞ୍ଚାୟତ ପିରଛକ ଠାରେ ବିଭୁତିପୁର ଗ୍ରାମର ମିର ଚାନ୍ଦୋଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପ୍ରଥମେ ଯାଜପୁର ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ପଞ୍ଚାୟତର ସରପଞ୍ଚ ସେକ୍ ନାଦର, ତାଙ୍କ ପୁଅ ଓ ସହଯୋଗୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ସ୍ତ୍ରୀ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସରପଂଚ ସେକ ନାଦାରଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ପରିବାର ଲୋକେ ସରପଂଚଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜୋତାରେ ପିଟିଥିବା ଅଭିଯୋଗ ହୋଇଛି । ଏନେଇ ସରପଂଚ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।