କାର୍ଡପେମେଣ୍ଟ ନାଁରେ ଅଧିକା ଟଙ୍କା ନେଇପାରିବେନି ଦୋକାନୀ ! ସମସ୍ତଙ୍କୁ ନିଜ ଅଧିକାର ବିଷୟରେ ଜାଣିବା ଆବଶ୍ୟକ ।

ଭିନ୍ନ ଭିନ୍ନ ସହର ପାଇଁ ଅଲଗା ଅଲଗା ନମ୍ବର ଏବଂ ଇମେଲ୍ ଆଇଡି ଦିଆଯାଇଛି ।

144

ଏଭଳି କେତେଥର ହୋଇଛି ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ପେମେଣ୍ଟ୍ କଲେ ପ୍ରତିଥର ଦୋକାନୀ ୨ ପ୍ରତିଶତ ଚାର୍ଜ ନେଇଥାନ୍ତି । ଯେଉଁଥିରେ କି ଆରବିଆଇର ନିୟମରେ ଏକ୍ସଟ୍ରା ଚାର୍ଜ ନେବାର କୌଣସି ବ୍ୟବସ୍ଥା ନାହିଁ । ଏହି ସଂବନ୍ଧରେ ଆରବିଆଇ ସେପ୍ଟେମ୍ବର ୨୦୧୩ ମସିହାରେ ନୋଟିଫିକେସନ୍ ଜାରି କରି ନିୟମ ସ୍ପଷ୍ଟ କରିଥିଲେ । ଭିନ୍ନ ଭିନ୍ନ ସହର ପାଇଁ ଅଲଗା ଅଲଗା ନମ୍ବର ଏବଂ ଇମେଲ୍ ଆଇଡି ଦିଆଯାଇଛି । ଏଠାରେ ଯେଉଁ ସହରର ଚର୍ଚ୍ଚା ହୋଇନାହିଁ ସେ ନିକଟସ୍ଥ ସହରକୁ ଯାଇ ଅଭିଯୋଗ କରିପାରିବେ ।

ଏକ୍ସଟ୍ରା ଚାର୍ଜ ଉପରେ ଦୋକାନୀ କ’ଣ ତର୍କ କରିଥାଏ ?

ଦୋକାନୀ ଗ୍ରାହକଙ୍କୁ କହିଥାଏ , ମାର୍କେଟ୍ ଓପେରେଟିଙ୍ଗ୍ ପ୍ରାଇଜ୍ ଉପରେ ଯେଉଁ ପ୍ରଡକ୍ଟ ଆମେ ବିକ୍ରି କରିଥାଉ ତାହାର ସେହି ପ୍ରଡକ୍ଟ ଉପରେ କାର୍ଡ ସ୍ୱାଇପ୍ କଲେ ଆମେ କୌଣସି ଚାର୍ଜ ନେଇନଥାଉ । କିନ୍ତୁ ଯେଉଁ ପ୍ରଡକ୍ଟ ଉପରେ ଗ୍ରାହକ ବାର୍ଗେନିଙ୍ଗ୍ କରିଥାନ୍ତି ଏବଂ ତାହା ମାର୍କେଟ୍ ଓପେରେଟିଙ୍ଗ୍ ପ୍ରାଇଜରେ ନଥାଏ ସେତେବେଳେ ଗ୍ରାହକଙ୍କ ଠାରୁ ରିହାତି ଦେବା ପରେ ଆମେ ଏକ୍ସଟ୍ରା ଚାର୍ଜ କରିଥାଉ । କହିବା ଅନୁସାରେ , ଗ୍ରାହକଙ୍କୁ ଡିସକାଉଣ୍ଟର ଲୋଭ ଦେଖାଇ କାର୍ଡରୁ ଏକ୍ସଟ୍ରା ପେମେଣ୍ଟ ନେଇ ଦିଆଯାଇଥିବା ରିହାତି ଆଣିଥାଏ ।

ଆରବିଆଇ ନୋଟିଫିକେସନ୍ ମୁତାବକ ୨୦ ଲକ୍ଷ ପର୍ଯ୍ୟନ୍ତ ବ୍ୟାପାର କରୁଥିବା ବ୍ୟବସାୟୀ ମର୍ଚ୍ଚେଣ୍ଟ ଡିସକାଉଣ୍ଟରେଟ୍ ରେ ୦.୪ ପ୍ରତିଶତ ନେଇଥାଏ । ଅନ୍ୟପକ୍ଷରେ ୨୦ ଲକ୍ଷରୁ ଅଧିକ ବ୍ୟବସାୟ କରୁଥିବା ଦୋକାନୀ ୦.୯ ପ୍ରତିଶତ ଏମଡିଆର ମର୍ଚ୍ଚେଣ୍ଟ ଡିସକାଉଣ୍ଟରେଟ୍ ନେଇଥାନ୍ତି ।