କ୍ୟାମେରାରେ କଏଦ ହେଲା ବ୍ୟାଙ୍କ ଲୁଟର ଦୃଶ୍ୟ : ବୁଗୁଡା ମଣିତାରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଗତ ବୁଧବାର ଲୁଟିଥିଲେ ଦୁର୍ବୃତ

42

କନକ ବ୍ୟୁରୋ : ଗଞ୍ଜାମ ବୁଗୁଡା ମଣିତାରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ସିସିଟିଭି ଫୁଟେଜ ମିଳିଛି । ବୁଧବାରଦିନ ପ୍ରାୟ ୫ ଜଣ ମୁଖାପିନ୍ଧା ଦୁର୍ବୃତ ବ୍ୟାଙ୍କରେ ପଶି କର୍ମଚାରୀ, ସୁରକ୍ଷା କର୍ମୀ ଓ ଗ୍ରାହକଙ୍କୁ ଭୟଭୀତ କରାଇଥିଲେ ଓ ଟଙ୍କା ଲୁଟ କରିନେଇଥିଲେ । ଲୁଟ ପରେ ଦୁର୍ବୃତମାନେ ବାଇକରେ ଫେରାର ହୋଇଯାଇଥିଲେ । ଏଯାଏଁ ଦୁର୍ବୃତଙ୍କୁ ପୋଲିସ ଧରିପାରିନାହିଁ । ବୁଧବାରଦିନ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ ।