ଜମି ବିବାଦକୁ ନେଇ ଭାଇକୁ ଗୁଳି ମାରିଲା ଭାଇ: ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି

187

କନକ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଦିନ ଦ୍ଵିପ୍ରହରେ ଫୁଟିଲା ଗୁଳି । ପାରିବାରିକ କଳହ ଓ ଜମିଜମା ବିବାଦକୁ ନେଇ ଦାଦା ପୁଅ ଭାଇ ବଡ଼ ବାପା ପୁଅ ଭାଇ ବୀରେନକୁ କଲା ଗୁଳିମାଡ । ବୀରେନ ଘରେ ଶୋଇଥିବା ବେଳେ ଘର ଭିତରେ ପଶି କଲା ଗୁଳି ମାଡ । ବୀରେନ ଦେହରେ ୪ରାଉଣ୍ଡ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲକୁ ଅଣାଯାଇଥିଲା । ତେବେ ତାଙ୍କ ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ।