ଇଡିକୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ। ଶୁକ୍ରବାର ପଚରା ଉଚରାରେ ହେବେ ନାହିଁ ସାମିଲ। ପଢନ୍ତୁ କାରଣ …

214

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଠାରୁ ପଚରାଉଚରା ଆରମ୍ଭ କରିଛି । ଇଡି ଦ୍ୱାରା ରାହୁଲଙ୍କୁ ପଚରା ଉଚରା ପରେ କଂଗ୍ରେସ ନେତା ସାରାଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ଏହାରି ଭିତରେ ଗୁରୁବାର ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି, ରାହୁଲ ଗାନ୍ଧୀ ଇଡିକୁ ଚିଠି ଲେଖିଛନ୍ତି । ଏଥିରେ ଶୁକ୍ରବାର ସେ ଇଡିର ପଚରାଉଚରାରେ ସାମିଲ ହୋଇପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି ।

ଇଡି ଗତ ତିନି ଦିନ ଧରି ରାହୁଲଙ୍କୁ ପଚରାଉଚରା କରୁଛି । ଗୁରୁବାର କଂଗ୍ରେସ ନେତା ରାହୁଲ ଚିଠି ଲେଖି ଜୁନ ୧୭ରେ ହେବାକୁ ଥିବା ତଦନ୍ତ ପ୍ରକ୍ରିୟାରେ ସାମିଲ ହେବେ ନାହିଁ ବୋଲି ଜଣାଇଛନ୍ତି । ସେ ମାଆ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ କିଛି ଦିନ ପାଇଁ ତଦନ୍ତ ପ୍ରକ୍ରିୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ଏହା ପୂର୍ବରୁ ରାହୁଲ ଗାନ୍ଧୀ ଗୁରୁବାର ପଚରା ଉଚରା ପୂର୍ବରୁ ସାମିଲ ନହେବା ପାଇଁ ମନା କରିଥିଲେ । ଇଡି ଗତ ୩ ଦିନ ଧରି ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛି । ଗୁରୁବାର କଂଗ୍ରେସ ନେତା ଚିଠି ଲେଖି ଶୁକ୍ରବାର ପଚରା ଉଚରାରେ ସାମିଲ ନହେବା ପାଇଁ କହିଛନ୍ତି । ରାହୁଲ ମାଆ ସୋନିଆ ଗାନ୍ଧୀଙ୍କ ଚିକିତ୍ସା ପାଇଁ ଅନୁପସ୍ଥିତ ରହିବେ ବୋଲି କୁହାଯାଇଛି ।