କରୋନା ସଂକ୍ରମଣରେ ପୁଣି ଭାରତକୁ ଟପିଲା ବ୍ରାଜିଲ । ଗୋଟିଏ ଦିନରେ ୮୪ହଜାର ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଶ୍ୱରେ ଦ୍ୱିତୀୟ ଦେଶ, ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଲା WHO ।

305
କନକ ବ୍ୟୁରୋ: ବିଶ୍ୱକୁ ପୁଣି ଫେରୁଛି କରୋନା ସଂକ୍ରମଣ । କିଛି ଦିନ କୋଭିଡ ସଂକ୍ରମଣ କମିବା ପରେ ଏବେ ପୁଣି ଅନେକ ଦେଶରେ ସଂକ୍ରମଣ ବଢିବାକୁ ଲାଗିଛି । କରୋନା ସଂକ୍ରମଣରେ ପୁଣି ଭାରତକୁ ଟପିଛି ବ୍ରାଜିଲ । ଦିନକୁ ହାରାହାରି ସଂକ୍ରମଣ ୮୦ ହଜାର ଟପିଲାଣି । ଗୋଟିଏ ଦିନରେ ବ୍ରାଜିଲରେ ୮୫ହଜାର ୬୬୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣରେ ବିଶ୍ୱରେ ଦ୍ୱିତୀୟ ଦେଶ ବନିଯାଇଛି ବ୍ରାଜିଲ । ଏହାସହ କରୋନା ଦ୍ୱାରା ପ୍ରଭାବିତ ଦେଶ ତାଲିକାରେ ଭାରତକୁ ଟପି ଦ୍ୱିତୀୟ ଦେଶ ବନିଯାଇଛି ବ୍ରାଜିଲ ।
ସେପଟେ ଏଠାରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ । ବ୍ରାଜିଲରେ ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ପ୍ରଭାବି ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦେଶରେ ବଢୁଥିବା ବ୍ରାଜିଲରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୪ଲକ୍ଷ ୩୯ହଜାର ୨୫୦ରେ ପହଂଚି ଥିବା ବେଳେ ୨ଲକ୍ଷ ୭୫ହଜାର ୧୭୬ଜଣଙ୍କର ମୃତ୍ୟୁ ହୋଇଛି ।