କନକ ବ୍ୟୁରୋ: ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ କାର ଉପରେ ବୋମାମାଡ ହୋଇଛି । ପ୍ରଶାନ୍ତଙ୍କ ପୁଅ ରିଷଭ ନନ୍ଦଙ୍କ ଗାଡି ଉପରେ ବେଗୁନିଆ ମିନି ଷ୍ଟାଡିୟମ ନିକଟରେ ବୋମା ମାଡ କରାଯାଇଛି । ବୋମାମାଡରେ ରିଷଭ ନନ୍ଦଙ୍କ କାରର କାଚ ଭାଙ୍ଗି ଯାଇଛି । ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ଗତକାଲି ରାତି ପ୍ରାୟ ସାଢ଼େ ନଅଟାରେ ବୋଲଗଡ ବ୍ଲକ୍ ଗୋପାଳପୁର ପଂଚାୟତ ଅନତାପଲ୍ଲୀ ଆମ କ୍ଲବର ଏକ କାର୍ଯ୍ୟକ୍ରମ ସାରି ତାଙ୍କ କାରରେ ଭୁବନେଶ୍ୱର ଫେରୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡି ତାଙ୍କ କାରକୁ ଅତିକ୍ରମ କରି ସାଇଡ୍ ଦେଇ ନଥିଲା ।
କାରଟି ବେଗୁନିଆ ମିନି ଷ୍ଟାଡିୟମ ନିକଟରେ ପହଁଚିଲା ବେଳକୁ ପଛରୁ ଦୁଇଟି ବାଇକ୍ରେ କେତେକ ଦୁବୃର୍ତ ଆସି ତାଙ୍କ ଗାଡି ଉପରକୁ ଲାଗ ଲାଗ୍ ୨ଟି ବୋମା ମାଡ କରିଥିଲେ । ତାପରେ ବୋଲେରୋରେ ଯାଉଥିବା ୮୦ରୁ ୧୦ଜଣ ଦୁବୃର୍ତ ବାହାରି ଠେଙ୍ଗା ବାଡିରେ ଋଷଭଙ୍କ ଗାଡି ଭଙ୍ଗାରୁଜା କରିଥିଲେ । ଏନେଇ ବେଗୁନିଆ ଥାନାକୁ ଜଣାଇଛନ୍ତି ଋଷଭ ।