ବ୍ରହ୍ମପୁରବାସୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଅନୁଷ୍ଠିତ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା, କରୋନା କଟକଣା ସହ ପାଳନ ପାଇଁ ପ୍ରଶାସନର ଅନୁମତି ।

130

କନକ ବ୍ୟୁରୋ: ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି । ବ୍ରହ୍ମପୁରରେ ଚଳିତ ବର୍ଷ ଅନୁଷ୍ଠିତ ହେବ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତାକାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ । କରୋନା କଟକଣା ମଧ୍ୟରେ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ ।

ଏହା ପରବର୍ତ୍ତୀ ସମୟରେ ବାକି ଯାତ୍ରା ବାବଦର ନିଷ୍ପତ୍ତି ନିଆଯିବ । କିନ୍ତୁ ଯାତ୍ରା ସମୟରେ ବେଶ ଓ କଳାକୁଞ୍ଜ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବା ଜାଣି ବ୍ରହ୍ମପୁରବାସୀଙ୍କ ଭିତରେ ଉତ୍ କଣ୍ଠା ଖେଳିଯାଇଛି ।