ଖୁବଶୀଘ୍ର ବିଜେପିର ବିଧାନସଭା ତାଲିକା ! ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

543

କନକ ବ୍ୟୁରୋ: ଖୁବ୍ ଶୀଘ୍ର ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି । ଆଜି ଉଭୟ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା କରିଛନ୍ତି । ବିଧାନସଭା ପ୍ରାର୍ଥୀ ତାଲିକା ସହ ବାକିଥିବା ୩ ଲୋକସଭା ଆସନ, ଯାଜପୁର, କଟକ ଓ କନ୍ଧମାଳ ଟିକେଟ ନେଇ ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବାର ଅଛି ।