ରେଳ ଦୁର୍ଘଟଣା ପାଇଁ ବିଜେପିର ୯ ବର୍ଷ ପୂର୍ତ୍ତି ପାଳନ ବାତିଲ । ସମସ୍ତ ଦଳୀୟ କାର୍ଯ୍ୟକ୍ରମ ସ୍ଥଗିତ

674

କନକ ବ୍ୟୁରୋ: ଗତକାଲିର ଭୀଷଣ ଟ୍ରେନ ଦୁର୍ଘଟଣା ଯୋଗୁଁ ବିଜେପି ନିଜର ୯ ବର୍ଷ ପୂର୍ତ୍ତି ଉତ୍ସବକୁ ପାଳିବ ନାହିଁ । ଦଳ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିବା ସୂଚନା ରହିଛି । ମୃତକଙ୍କ ପାଇଁ ଦିନିକିଆ ଶୋକ ଦିବସ ପାଳନ କରିବ ଦଳ । ଏହା ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଗତକାଲିର ଟ୍ରେନ ଦୁର୍ଘଟଣା ପାଇଁ ସାରା ଦେଶରେ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି ବିଜେପି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚି ନିଜେ ଲାଇନଚ୍ୟୁତ ବଗି ଭିତରେ ପଶି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଓ ଗୁରୁତରଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ।