ବିଜେଡ଼ିର ୧୪ ଜଣିଆ ନୂଆ ମୁଖପାତ୍ର ତାଲିକା । ନିଯୁକ୍ତ ଦେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, କିଏ ଆସିଲେ କିଏ ପଡ଼ିଲେ ବାଦ୍ । ଜାଣନ୍ତୁ….

71

କନକ ବ୍ୟୁରୋ: ବିଜେଡ଼ିର ୧୪ ଜଣିଆ ନୂଆ ମୁଖପାତ୍ରଙ୍କ ତାଲିକା ପ୍ରକାଶ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଆଗରୁ ଗଣମାଧ୍ୟମ ପ୍ୟାନେଲିଷ୍ଟ ଥିବା ଦେବାଶିଷ ମାରାଣ୍ଡିଙ୍କୁ ଦଳର ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ସେହିଭଳି ଅମର ପଟ୍ଟନାୟକ ମଧ୍ୟ ଦଳର ମୁଖପାତ୍ର ଦାୟିତ୍ୱ ତୁଲାଇବେ । ଏହି ମୁଖପାତ୍ର ତାଲିକାରୁ ଦଳର ମୁଖ୍ୟ ସଚେତକ ଅମର ସତପଥୀଙ୍କୁ ବାଦ ଦିଆଯାଇ ଅତନୁ ସବ୍ୟସାଚୀ ନାୟକ ଏବଂ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ନୂଆ ମୁଖପାତ୍ର ତାଲିକାରେ ନିଯୁକ୍ତ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

BJD ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ୧୪  ଜଣିଆ ମୁଖପାତ୍ର ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ , ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ,  ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ସମୀର ରଂଜନ ଦାଶ, , ସସ୍ମିତ୍ ପାତ୍ର, ସୁଲୋଚନା ଦାସଙ୍କ ନାଁ ପୂର୍ବ ଭଳି ରହିଛି ।

ସେହିପରି ପୂର୍ବଭଳି ପ୍ୟାନେଲିଷ୍ଟଙ୍କ ତାଲିକାରେ ଲେଲିନ୍ ମହାନ୍ତି. ରାସେଶ୍ୱରୀ ପାଣିଗ୍ରାହୀ, ବ୍ୟୋମକେଶ ରାୟ, ସୁବାସ ସିଂ, ମିହିର ମହାନ୍ତି, ତେଜେଶ୍ୱର ପରିଡ଼ା, ଚିନ୍ମୟ ସାହୁ, ରାଣାପ୍ରତାପ ପାତ୍ର, ସନ୍ତୋଷ ଅମାତ୍ ଓ ସୁଲତା ଦେଓ ରହିଛନ୍ତି ।