ବନ୍ୟାସ୍ଥିତି ନେଇ ଜଳସଂପଦ ସଚିବଙ୍କ ପ୍ରେସମିଟ୍ : ଜି.ଉଦୟଗିରିରେ ସର୍ବାଧିକ ୩୫୧ ମିମି ବର୍ଷା ରେକର୍ଡ

29

କନକ ବ୍ୟୁରୋ : ତିତଲି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏବେ ହୁଏତ ବର୍ଷା କମି ଯାଇଛି, ହେଲେ ଜମି ରହିଥିବା ପାଣି ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ତେବେ ବାତ୍ୟା ତିତଲି ଯିବା ପରେ ବର୍ଷା ଯୋଗୁ ଗଂଜାମ ଜିଲ୍ଲାର ୫ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଋଷିକୁଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଜିଲ୍ଲାର ଆସିକ, ପୁରୁଷୋତମପୁର, ଧରାକୋଟ, ଗଂଜାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ଦେଇଛନ୍ତି ଜଳ ସଂପଦ ସଚିବ ପ୍ରଦୀପ କୁମାର ଜେନା । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ସର୍ବାଧିକ ୩୫୧ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୧୬ଟି ବ୍ଲକରେ ବନ୍ୟା ସ୍ଥିତି ସୁଧୁରୁଥିବା କହିଛନ୍ତି ପି.କେ ଜନା । ୭୮ ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କେନ୍ଦୁଝର, ମୟୁରଭଂଜରରେ ବର୍ଷା ହେଉଛି । ବୈତରଣୀ ଉପରମୁଣ୍ଡରେ ବର୍ଷା ହେଉଛି, ତଥାପି ବନ୍ୟାର ଆଶଙ୍କା ନଥିବା କହିଛନ୍ତି ଜଳସଂପଦ ସଚିବ ।

ରାଜ୍ୟରେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି । ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଳାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଜିଲ୍ଳାପାଳଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଂଜାମ ଜିଲ୍ଳାରେ ଏୟାର ଲିଫ୍ଟିର ଆବଶ୍ୟକ ଥିବା ନେଇ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ବିଶାଖପାଟଣାରୁ ୨ ଟି ହେଲିକପ୍ଟର ମଗାଯିବ । ପ୍ରଭାବିତ ଅଂଚଳରେ ରନ୍ଧା ଖାଦ୍ୟ ସହ ସ୍ୱାସ୍ଥ୍ୟ ଶିବିର ଖୋଲିବାକୁ ନିର୍ଦ୍ଦେଶ ୂରହିଛି । ଗଂଜାମ, ଛତ୍ରପୁର ଓ ପୁରୁଷୋତମପୁର ବିଶେଷ ପ୍ରଭାବିତ ହୋଇଛି । କନ୍ଧମାଳର ଜି ଉଦୟଗିରି ଓ କଟକ କଂଟାପଡାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ତଳିଆ ଅଂଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଏସଆରସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।