ପେଡ ନ୍ୟୁଜ ପ୍ରସାରଣ ନେଇ ନିଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି !

23

କନକ ବ୍ୟୁରୋ : ପେଡ ନ୍ୟୁଜ ପ୍ରସାରଣ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି । ଦଳର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କମିଶନଙ୍କୁ ଭେଟି ଏନେଇ ଏକ ପିଟିସନ ଦେଇଛି । ଏଥିରେ କୁହାଯାଇଛି ଓଡିଶାରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଓଟିଭି ବିଜେପୁରରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପେଡ ନ୍ୟୁଜ ପ୍ରସାରଣ କରୁଛି । ତେଣୁ ଉକ୍ତ କାର୍ଯ୍ୟକ୍ରମ କିମ୍ବା ଖବରର ମୂଲ୍ୟ ହିସାବ କରି ସେ ବାବଦ ଅର୍ଥ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚରେ ମିଶାଇବା ପାଇଁ ବିଜେଡି ଦାବି କରିଛି ।

ବିଜେଡିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି, ଏହା ବିଜେଡିର ଏକ ଶସ୍ତା ରାଜନୀତି ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମଧ୍ୟ ଓଟିଭି ସ୍ପଷ୍ଟ ଭାବରେ ଦେଖାଇଛି । ପାଣ୍ଡିୟାନଙ୍କ ରାଜନୈତିକ ସଂପର୍କର ପର୍ଦାଫାଶ ହେବା ପରେ ବିଜେଡି ବିଚଳିତ ହୋଇପଡିଥିବା ସେ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି । ଏହା ସହ ସେ ଲେଖିଛନ୍ତି, ବରଂ ନିଜ ପକ୍ଷକୁ ଜନସାଧାରଣଙ୍କ ପାଖରେ ପହଂଚାଇବାକୁ ବିଜେଡି ଓଟିଭିକୁ ବ୍ୟବହାର କରିପାରିଥାନ୍ତା ।