ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ତାଲିକା ।

124

କନକ ବ୍ୟୁରୋ: ବିଜେଡିର ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ତାଲିକା । ସୁନ୍ଦରଗଡ ଜିଲ୍ଲା ପାଇଁ କୁନା ବିହାରୀ ଦାସ ସହପର୍ଯ୍ୟବେକ୍ଷକ ନିଯୁକ୍ତ । ସେହିପରି ସୁନ୍ଦରଗଡ ବିଧାନସଭା କ୍ଷେତ୍ର ପାଇଁ ଦେବାଶିଷ ମଲ୍ଲିକ, ତଳସରା ପାଇଁ ଦେବୀ ପ୍ରସାଦ ତ୍ରିପାଠୀ, ବଣାଇ ପାଇଁ ରଞ୍ଜିତ ମହାପାତ୍ର ନିଯୁକ୍ତ ହୋଇଛନ୍ତି । ତାଙ୍କ ସହ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସଂଗ୍ରାମକେଶରୀ ପାଇକରାୟ, ରଘୁନାଥପାଲି ପାଇଁ ଶିଶିର ପରିଜା, ରାଜଗାଙ୍ଗପୁର ପାଇଁ ଆଶିଷ ଚକ୍ରବର୍ତ୍ତୀ ଓ ରାଉରକେଲା ପାଇଁ ଅସିତ ପଟ୍ଟନାୟକ ସହପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।