ବିରଜୁ ବଖାଣିଲେ ପାକିସ୍ତାନ ଜେଲରେ ନିର୍ଯାତନାର କାହାଣୀ: ଅନ୍ଧାର କୋଠରୀ ଭିତରେ ମରାଯାଉଥିଲା ଚାବୁକ୍; ସାଥୀରେ ଥିବା ଦୁଇ କଏଦୀଙ୍କ ଜେଲରେ ଚାଲିଯାଇଥିଲା ଜୀବନ

552

କନକ ବ୍ୟୁରୋ: ଜନ୍ମମାଟିରେ ବିର୍ଜୁ ପହଚିଂବା ପରେ ପରିବାର ସହ ଗୋଟିଏ ଦିନ କାଟି ସାରିଛନ୍ତି ।  ଆଉ ଏହାରି ଭିତରେ ତାଙ୍କ ଠାରେ ଅନେକ ପରିବର୍ତନ ଦେଖାଦେଇଛି । ଗତକାଲି ଠିକ ସେ କଥା କହିପାରୁନଥିବା ବିର୍ଜୁ ଶନିବାର ଅର୍ଥାତ୍ ଆଜି ଅନେକ କଥା କହିଛନ୍ତି । ପାକିସ୍ତାନରେ କିଭଳି ନିର୍ଯାତନାର ଶିକାର ହୋଇଥିଲେ ଓ ପାକିସ୍ତାନରେ ତାଙ୍କୁ କେମିିତି ଚାବୁକ ମାଡ ମରାଯାଇଥିଲା ସେ କଥା କରିଛନ୍ତି ବିର୍ଜୁ ।

ପାକିସ୍ତାନରୁ ସୁନ୍ଦରଗଡ । ବିର୍ଜୁଙ୍କ ୨୫ ବର୍ଷର ସଂଘର୍ଷ । ଜେଲରେ ଦିଆଯାଉଥିଲା ଅସହ୍ୟ ନିର୍ଯାତନା । କନକ ନ୍ୟୁଜରେ ପାକିସ୍ତାନରେ କିଟିଥିବା ତିକ୍ତ ଅନୁଭୁତି ବଖାଣିଛନ୍ତି ବିର୍ଜୁ କୁଲୁ । କହିଛନ୍ତି କିଭଳି ଲାହୋର ଜେଲରେ ତାଙ୍କୁ କଳାଡ୍ରେସ ପିନ୍ଧାଇ ଜଂଜିରରେ ବାନ୍ଧି ରଖାଯାଇଥିଲା । ଗୁଇନ୍ଦାଗିରି କରିବାକୁ ଆସିଥିବା ସନ୍ଦେହ କରି ଦିନକୁ ଗୋଟିଏ ଥରେ ଲୁହା ରଡରେ ପିଟୁୁଥିଲେ ଜେଲ କର୍ତ୍ତୃପକ୍ଷ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବିର୍ଜୁଙ୍କ ଗାଁରେ ପହଚିଂଛି ଜିଲ୍ଲା ପ୍ରଶାସନ । ଖୋଦ୍ ପିଡିଡିଆରଡିଏ ଭୈରବ ସିଂ ପଟେଲ ଓ ବିଡିଓ ମାନସ ରଞ୍ଜନ ରାୟ, ସ୍ୱତନ୍ତ୍ର ଟିମ ସହ ବିର୍ଜୁଙ୍କ ଘରେ ପହଚିଂ ତାଙ୍କୁ ମୌଳିକ ଅଧିକାର ସହ ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତି । ଅନ୍ୟପଟେ ପ୍ର୍ରଶାସନର ସହାୟତା ନେଇ ବେଶ୍ ଖୁସି ଆଛନ୍ତି ବିର୍ଜୁଙ୍କ ପରିବାର ବର୍ଗ ।