କଟକଣା ମାନୁନାହାନ୍ତି ବାଣ ବ୍ୟବସାୟୀ: ଲୁଚାଛପା ଚାଲିଛି ବାଣ କାରବାର; ନବରଙ୍ଗପୁରରେ ଲକ୍ଷାଧିକ ଟଙ୍କାର ବାଣ ଜବତ ସହ ୨ ଅଟକ

ସେପଟେ ଯାଜପୁର ବାଲିପଦାରୁ ଲେକ୍ଷାଧିକ ଟଙ୍କାର ବାଣ ଜବତ, ଜଣେ ଗିରଫ

182

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଉମରକୋଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । କଟକଣାକୁ ନମାନି ବାଣ ବିକ୍ରି କରୁଥିବା ୨ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି । ସହରର ପୁରୁଣା ବସଷ୍ଟାଣ୍ଡ ସହ ବିଭିନ୍ନ ସ୍ଥାନରେ ପୁଲିସର ଏକ ଟିମ ଚଢାଉ କରି ଚୋରାରେ ବିକ୍ରି ହେଉଥିବା ବାଣ ଜବତ କରିଛି । ଆଜି ସାରା ଦିନ ଉମରକୋଟ ସହର ଓ ଏହାର ଆଖପାଖ ଅଂଚଳରେ ଚଢାଉ ଜାରି ରହିବ । ଯେଉଁମାନେ ବାଣ ବିକ୍ରି କରିବେ ଓ ଫୁଟାଇବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉମରକୋଟ ଏସଡିପିଓ ।

କଟକଣା ମାନୁନାହାନ୍ତି ବାଣ ବ୍ୟବସାୟୀ । କରୋନା ପାଇଁ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲାଗିଥିବା ବେଳେ ବାଣ ବ୍ୟବସାୟକୁ ବନ୍ଦ କରାଯାଇଛି । କିନ୍ତୁ ଲୁଚାଛପା ଚାଲିଛି ବାଣ କାରବାର । ଗ୍ରାମାଂଚଳରେ ଚୋରାରେ ଚାଲିଛି ବାଣ ବ୍ୟବସାୟ । ଯାଜପୁର ବାଲିପଦା ଛକ ନିକଟରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । ଅଭୟ କୁମାର ଦାସ ନାମକ ଜଣେ ବ୍ୟବସାୟୀଙ୍କ ଦୋକାନରୁ ବିପୁଳ ପରିମାଣରେ ବାଣ ଜବତ କରାଯାଇଛି । ଯାହାର ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ । ବାଣ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି ।