କଟକରେ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଉପରେ ପୁଲିସର ଚଢାଉ: ବିପୁଳ ପରିମାଣର ଅପମିଶ୍ରିତ ମସଲା ଜବତ; ବିନା ଲାଇସେନ୍ସରେ ଚାଲୁଥିଲା କାରଖାନା

77

କନକ ବ୍ୟୁରୋ: କଟକରେ ପୁଣି ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ । ଜଗତପୁରରେ ଅପମିଶ୍ରିତ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଉପରେ କମିସନରେଟ ପୁଲିସ ଚଢାଉ କରିଛି । ବିନା ଲାଇସେନ୍ସରେ ଏହି କାରଖାନା ଚାଲୁଥିଲା । ପୁଲିସ ଖବର ପାଇ ଚଢାଉ କରି ବିପୁଳ ପରିମାଣର ହଳଦୀ ,ଲଙ୍କାଗୁଡ ଜବତ କରିଛି । ଜଗନ୍ନାଥ ଇଣ୍ଡଷ୍ଟ୍ରି ମନ୍ଦିର ଲେବେଲ ନାଁରେ ବଜାରରେ ନକଲି ସାମଗ୍ରୀ ବିକ୍ରି କରୁଥିଲେ । ଗତ ଦୁଇ ଦିନ ତଳେ ମଧ୍ୟ ମାଲଗୋଦାମ ଅଂଚଳରେ ଥିବା ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନାରେ ଚଢାଉ ହୋଇଥିଲା ।