ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶା ସହ ଦକ୍ଷିଣ ଓଡିଶାକୁ ଯୋଡିବ ମୂଳ ପ୍ରକଳ୍ପ

39

କନକ ବ୍ୟୁରୋ : ଲୋକାର୍ପଣ ହେଲା ବିଜୁ ଏକ୍ସପ୍ରେସ ୱେ । ସମ୍ବଲପୁରରୁ ରାଉରକେଲା ଯାଏଁ ହୋଇଥିବା ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ । ରାଉରକେଲାରୁ ସମ୍ବଲପୁର ପର୍ଯ୍ୟନ୍ତ ୧୬୩ କିମି ରାସ୍ତାକୁ ଜନସାଧାରଣଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟରୁ ରାଉରକେଲା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଚାରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେର ଏହା ଅଂଶ ବିଶେଷ ।

ଏହି ମେଗା ପ୍ରକଳ୍ପ ପାଇଁ ମୋଟ ୩ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହା ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାକୁ ଯୋଡିବ ବୋଲି କୁହାଯାଉଛି । ତା ଛଡା ଏହା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲାଇଫଲାଇନ ଭାବେ ଉଭା ହୋଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ଝାରସୁଗୁଡାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।