ଭୁବନେଶ୍ୱର ୟୁକୋ ବ୍ୟାଙ୍କ ଲୁଟ୍ ଘଟଣା : ୨ଅଭିଯୁକ୍ତଙ୍କୁ ଟ୍ରାଜିଂଟ ରିମାଣ୍ଡରେ ନେଲା କମିଶନରେଟ ପୁଲିସ

24

ଭୁବନେଶ୍ୱର : ଭୁବନେଶ୍ୱର ୟୁକୋ ବ୍ୟାଙ୍କ ଲୁଟ୍ ଘଟଣାରେ ୨ଅଭିଯୁକ୍ତଙ୍କୁ ଟ୍ରାଜିଂଟ ରିମାଣ୍ଡରେ ନେଲା କମିଶନରେଟ ପୁଲିସ । ବିହାରର କୌଶଲ କୋର୍ଟ ୭ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେବା ପରେ ଆଜି କମିଶନରେଟ ପୁଲିସ ଲୁଟେରାଙ୍କୁ ଆଣି ଭୁବନେଶ୍ୱରରେ ପହଂଚିଛି ।

ଏହାସହ ଲୁଟ୍ ଘଟଣାରେ ସମ୍ପୃକ୍ତ ଗୋଟିଏ ଟ୍ରକ ଜବତ କରାଯାଇଛି । ଏହି ଟ୍ରକରେ ଡକାୟତମାନେ ପଳାଇ ଥିଲେ ବୋଲି ସୂଚନା ମିଳିଛି । ଏହି ଡକାୟତି କମିଶନରେଟ ପୁଲିସର ମୁଣ୍ଡ ବିନ୍ଧାର କାରଣ ହୋଇଥିଲା । ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ, ୩ଟି ଟିମ୍ ଗଠନ କରିଥିଲେ । ଏବଂ ଖୁବ୍ ଶୀଘ୍ର ଏମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ସଂଜୀବ ଅରୋରାଙ୍କ ନେତୃତ୍ୱରେ ଯାଇଥିବା ଟିମକୁ ମିଳିଥିଲା ସଫଳତା । ଦୁଇ ଦିନ ତଳେ ବିହାରର ବେଗୁସରାଇରୁ ଡକାୟତ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଥିଲା ପୁଲିସ ।