ମେୟରଙ୍କ ବିବାଦୀୟ ସେକ୍ସ ସିଡି ପ୍ରସଙ୍ଗ : ସବୁ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ-ଇତିିଶ ପ୍ରଧାନ

68

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବିବାଦୀୟ ସେକ୍ସ ସିଡିରେ ଭୁବନେଶ୍ୱର ମେୟର ରହିଥିବା ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କହିଛନ୍ତି, ଏହି ମାମଲାରେ ସବୁ ପ୍ରକାର ତଦନ୍ତ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ପୋଲିସକୁ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି । ଏଥିସହ ସେକ୍ସ ସିଡିର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଇତିଶ ।

ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କଲେ ଯଦି ଦଣ୍ଡ ମିଳେ ତେବେ ସେଥିପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି । ନିଆଁଖୁଂଟାରେ ବିବାଦୀୟ ସିଡି ପ୍ରସାରଣ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିଡିରେ ଆପତିଜନକ ଅବସ୍ଥାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ରହିଥିବା ଅଭିଯୋଗ ଆଣିଥିଲେ ଇତିିଶ ପ୍ରଧାନ । ଏହାପରେ ସମ୍ମାନ ହାନୀ ହୋଇଥିବା ଅଭିଯୋଗ କରି ନିଆଁଖୁଂଟା ମୁଖ୍ୟ ଓ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ବିରୋଧରେ ଥାନାରେ ଏତଲା ଦେବା ସହ କୋର୍ଟରେ ମାନହାନୀ ମୋକଦ୍ଦମା କରିଛନ୍ତି ମେୟର । ମେୟରଙ୍କ ଏତଲା ଆଧାରରେ ଇତିିଶଙ୍କୁ ନୋଟିସ କରିଛି କ୍ୟାପିଟାଲ ଥାନା ପୋଲିସ ।

ଦେଖନ୍ତୁ ଏହି ଭିଡିଓ –