ପୁଣିଥରେ ରାମ ଅବତାରରେ ରାହୁଲ ଗାନ୍ଧୀ ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାବଣ ଭାବେ ଚିତ୍ରଣ

106

କନକ ବ୍ୟୁରୋ : ପୁଣିଥରେ ରାମ ଅବତାରରେ ରାହୁଲ ଗାନ୍ଧୀ । ପାଟନାପରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ କଂଗ୍ରେସ ଅଧ୍ୟକ୍ଷଙ୍କ ରାମରୂପୀ ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାବଣ ଭାବେ ଚିତ୍ରଣ କରାଯାଇଛି । ରାହୁଲ୍ ଗାନ୍ଧୀ ରାମ ମନ୍ଦିର ନିର୍ମାଣ କରିବେ ବୋଲି ପୋଷ୍ଟରରେ ଦାବି କରାଯାଇଛି ।

ରାହୁଲ ଏହି ପୋଷ୍ଟରରେ ରାମଙ୍କ ଭଳି ଧନୁତୀର ଧାରଣ କରିଛନ୍ତି ଓ ଦଶମୁଣ୍ଡିଆ ରାବଣର ରୂପରେ ଥିବା ମୋଦିଙ୍କ ଆଡ଼କୁ ରାହୁଲ୍ ଲକ୍ଷ୍ୟଭେଦ କରିବାକୁ ଉଦ୍ୟମ କରୁଛନ୍ତି । ପୋଷ୍ଟରରେ ବିଜେପି ଉଦ୍ଦେଶ୍ୟରେ ଲେଖାଯାଇଛି, ଚୌକିଦାର୍ ଚୋର୍ ହୈ । ରାହୁଲ ସର୍ବସମ୍ମତି କ୍ରମେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ଏଥିରେ କୁହାଯାଇଛି ।