ପ୍ରେମ ଆଗରେ ବୟସ ସାନ ! ୫୦ ତମ ବିବାହ ବାର୍ଷିକୀରେ ଧୁମ୍ ନାଚିଲେ ଏହି ବୃଦ୍ଧ ଶିଖ୍ ଦମ୍ପତୀ , ଦେଖନ୍ତୁ ଭିଡିଓ

136

ସୋସିଆଲ ମିଡିଆରେ କୌଣସି ଭିଡିଓ ଭାଇରାଲ ହେବା ଘଟଣା ନୂଆ ନୁହେଁ । ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବାର ଦେଖା ଯାଇଥାଏ । କିନ୍ତୁ ଏବେ ଯେଉଁ ବୃଦ୍ଧ ଶିଖ୍ ଦମ୍ପତିଙ୍କ ନାଚିବାର ଭିଡିଓ ଭାଇରାଲ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏ ବୟସରେ ମଧ୍ୟ ଜୀବନକୁ କେମିତି ବଞ୍ଚିବାକୁ ହୁଏ ତାହା ଏହି ଦମ୍ପତି ଅନ୍ୟମାନଙ୍କୁ ଶିଖାଇଛନ୍ତି । ଭିଡିଓରେ ଦମ୍ପତି ଏବେ ଟ୍ରେଣ୍ଡରେ ଥିବା ଗୀତ ଲାମ୍ବରଗିନିର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି ।

ଭିଡିଓ ଉତ୍ତୋଳନ କରିବା ପରେ ଦମ୍ପତିଙ୍କ ଝିଅ ଏହାକୁ ୟୁଟ୍ୟୁବରେ ପୋଷ୍ଟ କରିଥିଲେ । ଯାହାକୁ ଏ ପର‌୍ୟ୍ୟନ୍ତ ୧୦,୬୮୨ଜଣ ଦେଖି ସାରିଲେଣି । ୟୁଟ୍ୟୁବରେ ପୋଷ୍ଟ ହେବା ପରେ ଟୁଇଟରରେ ମଧ୍ୟ ଏହାକୁ ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ଭିଡିଓଟି ଟୁଇଟରରେ ମଧ୍ୟରେ ଘୁରି ବୁଲୁଥିବାର ଦେଖାଯାଇଛି । ଦେଶ ବିଦେଶର ଲୋକମାନେ ବୃଦ୍ଧ ଦମ୍ପତିଙ୍କ ଉର୍ଜାକୁ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି ।