କଂଗ୍ରେସର ହାତ ଛାଡି ବିଜେଡିର ମଙ୍ଗ ଧରିଲେ ପୂର୍ବତନ ବଣାଇ ବିଧାୟକ ଭୀମସେନ ଚୌଧୁରୀ

90

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୂର୍ବତନ ବଣାଇ ବିଧାୟକ ଭୀମସେନ ଚୌଧୁରୀ ଆଜି କଂଗ୍ରେସର ହାତ ଛାଡି ବିଜେଡିର ହାତ ଧରିଛନ୍ତି । ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଓ ତାଙ୍କର ୫ ଶହ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣେଇ ଅଂଚଳର ବିକାଶ ଓ ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ଭିମସେନ ଚୌଧୁରୀ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦଳରେ ସାମିଲ ହେବା ପରେ ଭୀମସେନ ଚୌଧୁରୀଙ୍କୁ ସ୍ୱାଗତ କରିଛନ୍ତି।