ଭଦ୍ରକ :ଅଟଳ ବିହାରୀ ମହାବିଦ୍ୟାଳୟର ଛାତ୍ରୀନିବାସରେ ବାହାର ଲୋକଙ୍କ ପ୍ରବେଶକୁ ନେଇ ଛାତ୍ରୀ ଅସନ୍ତୋଷ

23

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟର ଛାତ୍ରୀନିବାସରେ ବାହାର ଲୋକଙ୍କ ପ୍ରବେଶକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅଧିକାଂଶ ସମୟରେ ଛାତ୍ରୀ ନିବାସକୁ ବାହାର ଲୋକ ବେଆଇନ ଭାବେ ପ୍ରବେଶ କରୁୁଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏ ନେଇ ମହାବିଦ୍ୟାଳୟ ପରିସରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ବେଆଇନ ପ୍ରବେଶକୁ ରୋକିବା ପାଇଁ ଛାତ୍ରୀମାନେ ଦାବି କରିବା ସହ କଲେଜ ଗେଟରେ ତାଲା ପକାଇଦେଇଥିଲେ ।