ପର କରିଦେଲା ନିଜ ମା’ ! ଆଶ୍ରମ ବାହାରେ ଶିଶୁକନ୍ୟାକୁ ଛାଡ଼ି ଦେଇ ହୋଇଗଲା ଫେରାର୍

24

କନକ ବ୍ୟୁରୋ : ଶିଶୁ ଆଶ୍ରମ ବାହାରୁ ଉଦ୍ଧାର ହୋଇଛି ଏକ ମାସର ଶିଶୁକନ୍ୟା । ଭଦ୍ରକ ଜାନୁଗଞ୍ଜସ୍ଥିତ ବାତ୍ସଲ୍ୟ ଶିଶୁ ଆଶ୍ରମ ସମ୍ମୁଖରେ କେହି ଏକ ମାଶର ଶିଶୁକନ୍ୟାକୁ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି । ଗତ ରାତିରେ ଶିଶୁଟିକୁ ଛାଡି ଚାଲିଯିବା ପରେ ଚିତ୍କାର ଶୁଣି ଉଦ୍ଧାର କରିଥିଲେ ସଂସ୍ଥାର କର୍ମକର୍ତ୍ତା । କିଏ ଓ କାହିଁକି ଶିଶୁକନ୍ୟାଟିକୁ ଛାଡିଗଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ କନ୍ୟା ସନ୍ତାନ ହୋଇଥିବାରୁ ଲିଙ୍ଗଗତ ବିଭେଦ କାରଣରୁ କେହି ଛାଡିଯାଇଥିବା ସନ୍ଦେହ କରାଯାଉଛି । ଅଲୋଡା ଶିଶୁକନ୍ୟାଟିକୁ ଏଭଳି ଆଶ୍ରମ ବାହାରେ ଛାଡିଯାଇଥିବା ନିର୍ଦ୍ଦୟ ଅଭିଭାବକଙ୍କୁ ଖୋଜି ବାହାର କରିବା ପାଇଁ ଦାବି ଜୋର ଧରିଛି ।